ଭୁବନେଶ୍ବର:ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୟୁଜିସିର ନିର୍ଦ୍ଦେଶ । ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ୟୁଜିସି ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ପଦକ୍ଷେପ ନେବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଉଛି ୟୁଜିସି । ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ବାଡ୍, ଆଣ୍ଟି ରାଗିଂ ସେଲ୍ ଗଠନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଆଣ୍ଟି ରାଗିଂ କର୍ମଶାଳା ଏବଂ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଛାତ୍ରାବାସ, କ୍ୟାଣ୍ଟିନ୍, ଶୌଚାଳୟ, ବସ୍ଷ୍ଟାଣ୍ଡ ଆଦିକୁ ଅଚାନକ୍ ପରିଦର୍ଶନ କରିବାକୁ କୁହାଯାଇଛି ।
ନାମଲେଖା କେନ୍ଦ୍ର, ଲାଇବ୍ରେରି, କ୍ୟାଣ୍ଟିନ୍, ହଷ୍ଟେଲ ଆଦିରେ ଆଣ୍ଟି ରାଗିଂ ପୋଷ୍ଟର ଲଗାଇବାକୁ ୟୁଜିସି ପରାମର୍ଶ ଦେଇଛି । ୟୁଜିସି ୱେବ୍ସାଇଟ୍ରେ ଏହି ପୋଷ୍ଟର ଗୁଡ଼ିକ ଉପଲବ୍ଧ ରହିଛି। ନାମଲେଖା ଫର୍ମରେ ଆଣ୍ଟି ରାଗିଂ ଅଣ୍ଡରଟେକିଂ ବାଧ୍ୟତାମୂଳକ କରିବାକୁ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ରାଗିଂ ସମ୍ବନ୍ଧୀୟ ଘଟଣା ଯୋଗୁଁ ଅସୁବିଧାରେ ପଡ଼ିଥିବା ଛାତ୍ରମାନେ ନ୍ୟାସନାଲ ଆଣ୍ଟି-ରାଗିଂ ହେଲ୍ପଲାଇନକୁ 1800-180- 5522 (24x7 ଟୋଲ ଫ୍ରି) କୁ କଲ କରିପାରିବେ । ନଚେତ ଆଣ୍ଟି-ରାଗିଂ ହେଲ୍ପଲାଇନ୍କୁ ଇ-ମେଲ କରିପାରିବେ । ଛାତ୍ରଛାତ୍ରୀ କଲେଜରେ ଦେଇଥିବା ନିଜର ପଞ୍ଜୀକରଣ ନମ୍ବର ସହିତ ଏକ ଇ-ମେଲକୁ ପଠାଇବେ ।