ଓଡିଶା

odisha

ETV Bharat / state

ଏଣିକି କଲେଜ ପରିସରରେ ଲାଗିବ ବେଟି ବଚାଓ ବେଟି ପଢ଼ାଓ ଲୋଗୋ, ନିର୍ଦ୍ଦେଶ ଦେଲା ୟୁଜିସି - ବେଟି ବଚାଓ ବେଟି ପଢ଼ାଓ

Use Beti Bachao Logo: ବେଟି ବଚାଓ, ବେଟି ପଢାଓ ଯୋଜନାକୁ ସଚେତନତା କରିବାକୁ ପଦକ୍ଷେପ ନେଇଛି ୟୁଜିସି । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ବେଟି ବାଚାଓ ବେଟି ପଢ଼ାଓ ଲୋଗୋ ନିଜ ପରିସରରେ ଲଗାଇବାକୁ କହିଛି ୟୁଜିସି । ଅଧିକ ପଢ଼ନ୍ତୁ

"ବେଟି ବାଚାଓ ବେଟି ପଢ଼ାଓ"
"ବେଟି ବାଚାଓ ବେଟି ପଢ଼ାଓ"

By ETV Bharat Odisha Team

Published : Jan 12, 2024, 9:59 PM IST

ଭୁବନେଶ୍ବର: ବେଟି ବଚାଓ, ବେଟି ପଢାଓ ଯୋଜନାକୁ ସଚେତନତା କରିବାକୁ ପଦକ୍ଷେପ ନେଇଛି ୟୁଜିସି (University Grants Commission) । ଦେଶର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନିଆଯିବ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ କିଶୋରୀମାନଙ୍କ ମୂଲ୍ୟବୋଧ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହା ବେଟି ବଚାଓ, ବେଟି ପଢାଓ (BBBP)ର ଲୋଗୋ ସମେତ ଟ୍ୟାଗଲାଇନ୍ ମାଧ୍ୟମରେ ସବୁଠି ସଚେତନତା କରାଯିବ । ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ ଗୁଡ଼ିକୁ ବେଟି ବାଚାଓ ବେଟି ପଢ଼ାଓ ଲୋଗୋ ନିଜ ପରିସରରେ ଲାଗାଇବାକୁ କହିଛି ୟୁଜିସି ।

ତେବେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକର ୱେବସାଇଟ୍, ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ପୋର୍ଟାଲ୍, ଶିକ୍ଷାନୁଷ୍ଠାନରେ ବ୍ୟବହୃତ ହେଉଥିବା ଷ୍ଟେସନାରୀ ଆଇଟମ୍, ଇଭେଣ୍ଟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ପରିସରରେ ଥିବା ପ୍ରମୁଖ ସ୍ଥାନ ଗୁଡିକରେବେଟି ବଚାଓ, ବେଟି ପଢାଓ ଲୋଗୋ ବ୍ୟବହାର କରିବାକୁ ପଦକ୍ଷେପ ନେବାକୁ କହିଛି ୟୁଜିସି । ଏହା ଦ୍ବାରା ଗୋଟିଏ ଝିଅ ତାର ଅଧିକାର ଏବଂ ମହିଳା ସଶକ୍ତିକରଣ ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଜାଣିପାରିବ । ତେବେ ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଜଣାଇଛି । ଏନେଇ ମଧ୍ୟ ଏହି ସମସ୍ତ ତଥ୍ୟର ଏକ ଫଟୋ ଏବଂ ଭିଡିଓ କରି ୟୁଜିସି ୱେବସାଇଟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ହେବ ସେଲ୍ଫି ପଏଣ୍ଟ, ଲାଗାଯିବ ମୋଦିଙ୍କ ଫଟୋ

ବେଟି ବଚାଓ, ବେଟି ପଢାଓ (ବିବିବିପି) ହେଉଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏକ ପଦକ୍ଷେପ । 2015 ଜାନୁୟାରୀ 22 ରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଥିଲେ । ପିଲାଙ୍କ ଶିକ୍ଷାଗତ ଫଳାଫଳକୁ ଉନ୍ନତ କରିବା ସହିତ ଝିଅର ବଞ୍ଚିବା ଏବଂ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି । ଝିଅମାନଙ୍କର ଜନ୍ମ ସମୟରେ ଲିଙ୍ଗଗତ ଅନୁପାତ 2014 ମସିହାରେ 918 ପଏଣ୍ଟ ରହିଥିବା ବେଳେ 2022- 23ରେ 933କୁ ବୃଦ୍ଧି ପାଇଛି । କନ୍ୟା ସନ୍ତାନକୁ ନେଇ ସମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି । ବେଟି ବଚାଓ, ବେଟି ପଢାଓ ବହୁମୁଖୀ ଜିଲ୍ଲା ଆକ୍ସନ ପ୍ଲାନ ପାଖାପାଖି ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଆଗ ଧାଡିର କର୍ମକର୍ତ୍ତାମାନଙ୍କୁ ଏହି କ୍ଷେତ୍ରରେ ଅଧିକ ସଚେତନ କରିବା ନେଇ କାର୍ଯ୍ୟ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details