ଭୁବନେଶ୍ବର:ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ୟୁଜି ଏବଂ ପିଜି ପାଠ୍ୟକ୍ରମରେ ନାମଲେଖା ତାରିଖକୁ ଘୁଞ୍ଚା ଯାଇଛି । ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୪ ତାରିଖ ଅର୍ଥାତ ଆଜି ସ୍ଲାଇଡ୍, ଫ୍ରିଜ୍, ଫ୍ଲୋଟ୍ କରିବା ସହ ନାମଲେଖା ଫି’ ସାମ୍ସ ପୋର୍ଟାଲ ଜରିଆରେ ଦାଖଲ କରିପାରିବେ ।
ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇ-ସ୍ପେସ୍ରେ ଡାଟା ଅପଡେଟ୍ କରିପାରିବେ । ସେହିଭଳି ପିଜି ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସ୍ଲାଇଡ୍, ଫ୍ରିଜ୍, ଫ୍ଲୋଟ୍ ଏବଂ ନାମଲେଖା ଫି’ ସାମ୍ସ ପୋର୍ଟାଲ ଜରିଆରେ ଦାଖଲ କରିପାରିବେ ।
ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ରିପୋର୍ଟିଂ କରିପାରିବେ । ନାମ ଲେଖାଇଥିବା ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟା ୭ ଟା ଯାଏଁ ଡାଟା ଅପଡେଟ୍ କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ଜୁନ ୨୬ରୁ ୟୁଜି ନାମଲେଖା, ଅଗଷ୍ଟରେ ପାଠପଢା