ଭୁବନେଶ୍ବର:ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଜଧାନୀରେ ଜାରି ରହିଛି ଡଟ ଫେଷ୍ଟ । ସନ୍ଧ୍ୟା ହେଲେ ଜମୁଛି ଗୀତ ନାଚର ଆସର । ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖାଦ୍ୟର ମଜା ଉଠାଉଛନ୍ତି ରାଜଧାନୀ ବାସୀ । ଏହାରି ମଧ୍ୟରେ ଡଟ ଫେଷ୍ଟର ଅଷ୍ଟମ ସନ୍ଧ୍ୟା ଶେଷ ହୋଇଛି । ଯାହା ଦ୍ବିତୀୟ ସପ୍ତାହର ପ୍ରଥମ ଦିନ । ଅଷ୍ଟମ ସନ୍ଧ୍ୟା ଟିକିଏ ନିଆରା ଥିଲା । କାହିଁକିନା ମଞ୍ଚରେ ଅନେକ ପୁରୁଣା ଗୀତ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।
‘ସୁହାନା ସଫର’ ମ୍ୟୁଜିକାଲ କନସର୍ଟରେ ପୁରୁଣା ଦିନର ଅନୁଭୂତି ତାଜା କରିଥିଲେ ବଲିଉଡ ସିଙ୍ଗର ଉଦିତ ନାରାୟଣ ଓ ଅଲକା ୟାଗନିକ । ନିଜର ସୁ ମଧୁର କଣ୍ଠରେ ଗୀତ ପରିବେଷଣ କରି ରାଜଧାନୀର ଶୀତୁଆ ରାତିକୁ ମତୁଆଲା କରିଥିଲେ । ଏଥି ସହ ଓଡିଶାର ଲୋକପ୍ରିୟ ଗାୟକ ସତ୍ୟଜିତ ଜେନା ମଧ୍ୟ ନିଜର ସୁମଧୁର ସ୍ୱର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ ।
ଉଦିତଙ୍କ ଓଡିଆ ଗୀତରେ ଝୁମିଲେ ଦର୍ଶକ:ତେବେ ସନ୍ଧ୍ୟାର ପାପା କେହେତେ ହେଁ ବଡା ନାମ କରେଗା ସଙ୍ଗୀତରୁ ମଞ୍ଚକୁ ପ୍ରବେଶ କରିଥିଲେ ଉଦିତ । ଏହାପରେ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଉଦିତଙ୍କ କଣ୍ଠରେ ଓଡିଆ ଆଲବମ ଗୀତ ପ୍ରଥମ ପ୍ରେମର ପ୍ରଥମ ଚିଠି ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାକି ପରିବେଶକୁ ରୁଦ୍ଧିମନ୍ତ କରିଥିଲା । ପରେ ପରେ ଆକାଶେ କି ରଙ୍ଗ ଲାଗିଲା, ଆଖିରେ ଆଖି ମିଶେଇ ଓଡିଆ ସଙ୍ଗୀତ ଭେଟି ଦେଇଥିଲେ । ଏହାବ୍ୟତୀତ ଯାଦୁ ତେରୀ ନଜର, ଅକେଲେ ହମ, ପେହେଲା ନଶା, ନଜର ମେରେ ଦିଲ କୋ, ହୋଗୟା ହେ ତୁଝକୋ, ଯୋ ମେରି ରୁହ କୋ, କିସି ଡିସକୋ ମେଁ ଜାୟେ, ମେଁ ନିକଲା ଗାଡି ଲେକେ, ଆଦି ସଙ୍ଗୀତ ପରିବେଷଣ କରିଥିଲେ।
ଅଲକାଙ୍କ ଗଣ୍ଠରେ ତାଜା ହୋଇଗଲା ପୁରୁଣା ଗୀତ:ସେହିପରି କଣ୍ଠଶିଳ୍ପୀ ଅଲକା ୟାଗନିକ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲେ । ମେରେ ଅଙ୍ଗନମେ ତୁମହାରା କ୍ୟା କାମ ହେ, ସଙ୍ଗୀତରୁ ମଞ୍ଚକୁ ଆସିଥିଲେ । ପରେ ପରେ ଟିପ୍ ଟିପ୍ ବର୍ଷାରେ ଦର୍ଶକଙ୍କ ଭିଜାଇଲେ। ଏହାପରେ ଦେଖା ହେ ପେହେଲି ବାର, ଦିଲବର ଦିଲବର, ଛମା ଛମା ବାଜେ ରେ, ଅଗର ତୁମ ସାଥ ହୋ, ବୋଲେ ଚୁଡିଆଁ, ଏକ ଦୋ ତିନ ସଙ୍ଗୀତ ପରିବେଷଣ କରିଥିଲେ।