ଖୋର୍ଦ୍ଧା: ଜିଲ୍ଲାର ବାଘମାରି ଥାନା ପକ୍ଷରୁ ବଡ଼ବେରଣା ସିମର ରାସ୍ତାରେ ଦୁର୍ଘଟଣାକୁ ରୋକିବା ପାଇଁ ଯାନବାହନ ଯାଞ୍ଚ କରାଯାଉଥିବା ବେଳେ ମୁଖ୍ୟତଃ ଦୁଇ ଚକିଆ ଯାନର ଯାଞ୍ଚକୁ ଅଧିକ କଡାକଡି କରାଯାଇଛି । ତେବେ ଏହି ଯାଞ୍ଚ ସମୟରେ ପ୍ରାୟ 13 ହଜାର ଟଙ୍କା ଫାଇନ ଆଦାୟ କରାଯିବା ସହିତ 5ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି ।
ଦେଶରେ ରାସ୍ତା ଦୁର୍ଘଟଣାକୁ ରୋକିବା ପାଇଁ ଗାଡି ଚାଳକଙ୍କୁ ମୋଟା ଅଙ୍କର ଫାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ରବିବାର ବାଘମାରି ଥାନା ପକ୍ଷରୁ ବଡ଼ବେରଣା ସିମର ରାସ୍ତାରେ ଚେକିଂ କରାଯାଇ 13 ହଜାର ଟଙ୍କାର ଫାଇନ ଆଦାୟ କରିବା ସହ 5ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି ।