ଖୋର୍ଦ୍ଧା: ବେଗୁନିଆ ବ୍ଲକ ଡିଗଂର ଗ୍ରାମ ପଞ୍ଚାୟତର ଲେହେଙ୍ଗ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପରେ ଲେହେଗଂ ଗ୍ରାମକୁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ ।
ଆକ୍ରାନ୍ତ ଯୁବକ ଜଣକ ହୋମ କ୍ଵରେଣ୍ଟାଇନରେ ଥିବାବେଳେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତେଣୁ ପ୍ରଶାସନ ପକ୍ଷରୁ 16 ତାରିଖ ସକାଳ 7ରୁ 19 ତାରିଖ ସକାଳ 7ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।