ଖୋର୍ଦ୍ଧା :ଡ୍ରାଇଭର ଚଞ୍ଚକତା କରି ୧୫ ଲକ୍ଷ ଟଙ୍କାର କୁସନ ଗଦି ଲୁଟ କରିବା ମହଙ୍ଗା ପଡିଲା । ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀଙ୍କ ଉଚିତ ପଦକ୍ଷେପ ଯୋଗୁଁ ଗଦି ସହ ଦୁଇଟି ଟ୍ରକ ଜବତ କରାଯାଇଛି ।
୧୫ ଲକ୍ଷ ଟଙ୍କାର ଗଦି ଲୁଟ, ଦୁଇ ଗିରଫ - sponge loaded truck seized
ଡ୍ରାଇଭର ଚଞ୍ଚକତା କରି ୧୫ ଲକ୍ଷ ଟଙ୍କାର କୁସନ ଗଦି ଲୁଟ କରିବା ମହଙ୍ଗା ପଡିଲା । ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀଙ୍କ ଉଚିତ ପଦକ୍ଷେପ ଯୋଗୁଁ ଗଦି ସହ ଦୁଇଟି ଟ୍ରକ ଜବତ କରାଯାଇଛି । ଅଧିକ ପଢନ୍ତୁ...
୧୫ଲକ୍ଷ ଟଙ୍କାର ଗଦି ବୋଝେଇ ଦୁଇ ଟ୍ରକ ଜବତ : ଦୁଇ ଗିରଫ
୧୫ଲକ୍ଷ ଟଙ୍କାର ଗଦି ବୋଝେଇ ଦୁଇ ଟ୍ରକ ଜବତ : ଦୁଇ ଗିରଫ
ଗତ ୧୨ ତାରିଖରେ କଟକରୁ ବ୍ରହ୍ମପୁର ଯାଉଥିବା ୧୫ ଲକ୍ଷ ଟଙ୍କାର ଗଦି ବୋଝେଇ ଟ୍ରକକୁ ଡ୍ରାଇଭର ଚଞ୍ଚକତା ପୂର୍ବକ ଲୁଟ କରିବାକୁ ଉଦ୍ୟମ କରି ଖୋର୍ଦ୍ଧାରେ ଏକ ମିନି ଟ୍ରକରେ ଅନଲୋଡ଼ କରି ନିଜ ଗାଁ ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁସିଆପଡାକୁ ନେଇଯାଇଥିଲା । ଗଦି ମାଲିକଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧା ପୋଲିସ ତୁରନ୍ତ ତଦନ୍ତ କରି ସମସ୍ତ ଗାଡ଼ି, ଗଦିକୁ ଜବତ କରି ଏହି ଘଟଣାରେ ସମ୍ପୂର୍କ୍ତ ଡ୍ରାଇଭର ଏବଂ ସହଯୋଗୀକୁ ଗିରଫ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ