Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଭୁବନେଶ୍ବର: ଜନ୍ମଦିନ ପାଳନକୁ କେନ୍ଦ୍ରକରି ବିଜେବି କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ବଡ଼ଗଡ଼ ଥାନାରେ ପହଞ୍ଚିଲେ ଛାତ୍ର । ଗୋଟିଏ ଗୋଷ୍ଠୀର କିଛି ଛାତ୍ର ଅନ୍ୟ ଗୋଷ୍ଠୀର କିଛି ପିଲାଙ୍କୁ କ୍ଲାସରେ ବନ୍ଦ କରି ରଖିଦେଇଥିବା ସୂଚନା ମିଳିଛି । ବିଜେବି କଲେଜରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି କଲେଜର ଶୃଙ୍ଖଳା କମିଟି ।
ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଜଣେ ଛାତ୍ରଙ୍କ ଜନ୍ମଦିନ କଲେଜ କ୍ୟାମ୍ପସରେ ପାଳନ କରାଯାଇଥିଲା । ତେବେ ସେହି ସମୟରେ କିଛି ଛାତ୍ରଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ଆଜି ମଧ୍ୟାହ୍ନରେ କ୍ଲାସରୁମରେ ମାଡ଼ ମାରିବା ସହ ୩ ଜଣଙ୍କୁ ଅଟକ ରଖିଲେ କିଛି ଛାତ୍ର । ଜଣେ ଛାତ୍ର କୌଶଳ କ୍ରମେ ଖସି ଆସି ବଡ଼ଗଡ଼ ଥାନାରେ ଜଣାଇଲେ । ଥାନାରେ ଜଣାଇବା ପରେ ୨ ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ତେବେ ଏହାକୁ ନେଇ ପୋଲିସ କ୍ୟାମ୍ପସରେ ଦେଖିବାକୁ ମିଳିଛି। ବିଜେପି କଲେଜରେ ଅନେକ ସମୟର ବାରମ୍ବାର ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।
ଏହା ବି ପଢନ୍ତୁ- ପୁଡୁଚୋରୀ ବିଶ୍ୱବିଦ୍ୟାଳୟ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପୋଲିସ ମୁତୟନ
କେବଳ ଆଜିକା ଘଟଣା ନୁହେଁ ଏପରିକି ପୂର୍ବରୁ ମଧ୍ୟ ଛାତ୍ର ଗଣ୍ଡଗୋଳ ହୋଇ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି। ଏପରିକି ମଧ୍ୟ କିଛି ପିଲାଙ୍କୁ କଲେଜରୁ ବାସନ୍ଧ କରାଯାଇଛି। ତେବେ ଏନେଇ ବିଜେବି କଲେଜର ଅଧ୍ୟକ୍ଷ କହିଛନ୍ତି, "ଆଇଏମବିଏ ବିଭାଗରେ କିଛି ଛାତ୍ର କିଛି ଦିନ ତଳେ ଜନ୍ମ ଦିନ ପାଳନ କରିଥିଲେ । ସେହି ସମୟରେ କିଛି ଛାତ୍ରଙ୍କ ମଧ୍ୟ ରେ ମତଭେଦ ହୋଇଥିଲା । ତେବେ ଏହାକୁ ନେଇ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି । ଏହି କମିଟି ତଦନ୍ତ କରିବ । ଯଦି କୌଣସି ପିଲାଙ୍କର ଦୋଷ ଦେଖିବା କଲେଜ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବର୍ତ୍ତମାନ ସୁଦ୍ଧା ପିଲାମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରିନାହାନ୍ତି ।"
ଅନ୍ୟପଟେ ଆଜି ବୁର୍ଲା ଭିମସାରରେ ମଧ୍ୟ 2 ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାର ମେଡିକାଲ କଲେଜ ମଧ୍ୟରେ ଏକ 'ୟୁଫୋରିଆ' ଫେଷ୍ଟିଭାଲ ଚାଲିଥିବା ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । କିଛି ଛାତ୍ର ଆହତ ହୋଇଥିବା ବେଳେ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଜାଣିନଥିବା କହିଛନ୍ତି । ଏହି ଗଣ୍ଡଗୋଳ ପଛର କାରଣ ଜଣାପଡ଼ିନାହିଁ। ସେପଟେ ଜଣେ ଏମକେସିଜି ଛାତ୍ରଙ୍କ କହିବା ଅନୁସାରେ ସେମାନଙ୍କ ବସ ବୁର୍ଲା ଭିମସାରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ନିଆଁ ଲିଭାଇବା ସିଲିଣ୍ଡର ଗ୍ୟାସ ବ୍ୟବହାର କରି ସ୍ବାଗତ କରିଯାଇଥିଲା । ବସ ମଧ୍ୟରେ ପିଲାମାନେ ବସିଥଇବା ବେଳେ ଏହା ସ୍ପ୍ରେ କରାଯାଇଥିବାରୁ ସେମାନେ ଅଣନିଶ୍ବାସୀ ହୋଇପଡ଼ିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର