ଓଡିଶା

odisha

By

Published : Oct 24, 2020, 9:23 AM IST

ETV Bharat / state

ଜଟଣୀରେ ଯୁବକକୁ ଆକ୍ରମଣ ଓ ଲୁଟ୍‌ ଘଟଣା, ଦୁଇ ପେଷାଦାର ଅପରାଧୀ ଗିରଫ

ଜଟଣୀ ଥାନା ସବରେଜିଷ୍ଟର ଅଫିସ ନିକଟରେ ଯୁବକକୁ ଲୁଟ ଓ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ । ତେବେ ଏହି ଦୁଇ ପେଷାଦାର ଅପରାଧୀଙ୍କ ନାମରେ ଜଟଣୀ ଥାନାରେ ଆଗରୁ ବହୁ ମାମଲା ରହିଥିବା ଜଣାପଡ଼ିଛି । ଅଧିକ ପଡନ୍ତୁ...

Two professional criminals arrested by khurdha police
ଦୁଇ ପେଷାଦାର ଅପରାଧୀ ଗିରଫ, ସୁନା ଚେନ ଓ ମୋବାଇଲ ଲୁଟ ବେଳେ ପଡ଼ିଲେ ଧରା

ଖୋର୍ଦ୍ଧା: ଜଟଣୀ ଥାନା ସବରେଜିଷ୍ଟର ଅଫିସ ନିକଟରେ ଯୁବକକୁ ଲୁଟ ଓ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ । ସେମାନଙ୍କ ନାମରେ ଜଟଣୀ ଥାନାରେ ଆଗରୁ ବହୁ ମାମଲା ରହିଥିବା ଜଣାପଡ଼ିଛି । ଏହି ଦୁଇ ପେଷାଦାର ଅପରାଧୀ ହେଉଛନ୍ତି ନିଜା ଓ ସଦାମ । ପୂଜା ପାର୍ବଣରେ ଜଟଣୀ ପୋଲିସ ଅପରାଧ ରୋକିବା ସହିତ ଦାଦା ବଟି ଆଦାୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବତନ୍ତ୍ର ଟିମ ଗଠନ କରିଛି ।

ଦୁଇ ପେଷାଦାର ଅପରାଧୀ ଗିରଫ, ସୁନା ଚେନ ଓ ମୋବାଇଲ ଲୁଟ ବେଳେ ପଡ଼ିଲେ ଧରା

ଏହି ଦୁଇଜଣ ଗତ କାଲି ଜଟଣୀ କୁଦିଆରୀ ଗ୍ରାମର ଜଣେ ଯୁବକଙ୍କ ଠାରୁ ସୁନା ଚେନ ତାଙ୍କ ଓ ମୋବାଇଲ ଲୁଟ କରିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ । ତେବେ ସେମାନଙ୍କ ଠାରୁ ଗୋଟିଏ ବାଇକ ସହ ମାରଣାସ୍ତ୍ର ଜବତ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details