ଓଡିଶା

odisha

ETV Bharat / state

ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ ଅନୁଷ୍ଠିତ; ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ହେଲା ପ୍ରଦର୍ଶିତ

Kallola Festival Celebration: ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ । ପିଲାମାନଙ୍କୁ ଶିକ୍ଷିତ ଓ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ,

ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ ଅନୁଷ୍ଠିତ; ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ହେଲା ପ୍ରଦର୍ଶିତ
ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ ଅନୁଷ୍ଠିତ; ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ହେଲା ପ୍ରଦର୍ଶିତ

By ETV Bharat Odisha Team

Published : Jan 15, 2024, 9:32 PM IST

ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ କଲ୍ଲୋଳ ଅନୁଷ୍ଠିତ; ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ହେଲା ପ୍ରଦର୍ଶିତ

ଭୁବନେଶ୍ବର:ଆୟୋଜିତ ହୋଇଯାଇଛି ଦୁଇଦିନିଆ ଶିଶୁ ଚଳଚ୍ଚିତ୍ର ଉତ୍ସବ 'କଲ୍ଲୋଳ' । ସାମାଜିକ ଅନୁଷ୍ଠାନ 'ଆଇନ' ପକ୍ଷରୁ ଏହି ଚଳଚ୍ଚିତ୍ର ମହୋତ୍ସବ ଭୁବନେଶ୍ବର ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ପିଲାମାନଙ୍କୁ ଶିକ୍ଷିତ ଓ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । 'ଆଇନ' ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଛି । ଗତକାଲିଠୁ ଏହି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ୨ୟ ଦିନ ଥିଲା। ଦୁଇଦିନ ଧରି ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରାନ୍ତର ଓ ଭିନ୍ନ ଭିନ୍ନ ବିଷୟ ବସ୍ତୁର ସଚେତନତାଧର୍ମୀ ଚଳଚ୍ଚିତ୍ର ଏହି ମହୋତ୍ସବରେ ଦେଖିଛନ୍ତି ।

ତେବେ ଏହି ମହୋତ୍ସବରେ ଦ ରାଇଟ୍ସ ଗ୍ଲାସ , ଅନାମିକା ,ଚୁମକି, ଶିକ୍ଷା , WOW , ଖୁସି ,ପରିବର୍ତନ, ରଜସ୍ୱଳା ପରିଛନ୍ନତା, ଡେଣା ,ଦୃଷ୍ଟାନ୍ତ, ଗ୍ରାଣ୍ଡ ଫାଦର ଆଣ୍ଡ ମି , ପ୍ରତିବୁଦ୍ଧ , ନାଗବଳିର ଅଭିଯାନ, ମନବଦଳିଲା ଭଳି ୧୬ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଏହି ଅବସରରେ ଶିଶୁମାନେ ବିଶେଷ କରି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଦ୍ବାରା ଅନେକ କ୍ଷୁଦ୍ର ଡକ୍ୟୁମେଣ୍ଟ୍ରି ସିନେମା ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଥିମକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରର ଏପରିକି ଦେଶ ବାହାରର ମଧ୍ୟ ଶିଶୁ ଚଳଚ୍ଚିତ୍ର ଏହି ମହୋତ୍ସବରେ ସ୍ଥାନିତ ହୋଇଛି ।

ସୂଚନା ଅନୁସାରେ, ଚଳଚ୍ଚିତ୍ର ଯୋଗାଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଥିବା ବେଳେ ଏହା ଜରିଆରେ ସମାଜକୁ ଅନେକ ଗୁଡ଼ାଏ ସଚେତନତା ବାର୍ତ୍ତା ସହଜରେ ପହଁଚିପାରେ । ଶିଶୁ ମାନଙ୍କୁ ବିଶେଷ କରି ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଚଳଚ୍ଚିତ୍ର ମାଧ୍ୟମରେ ଅନେକ କିଛି ଶିଖିବାକୁ ମିଳିଥାଏ ଏବଂ କୁସଂସ୍କାର ବିଷୟରେ ଶିଶୁ ମାନେ ସଚେତନ ମଧ୍ୟ ହୋଇଥାନ୍ତି । ଏଥିସହ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଶିଶୁ କଳାକାର ମାନଙ୍କୁ ଏକ ସୁଯୋଗ ଦେଇଥାଏ ନିଜର କଳା ପ୍ରଦର୍ଶନ କରିବା ଓ ସେହି କଳା ମାଧ୍ୟମରେ ଅତି ସରଳ ଭାବେ ଶିଶୁ ମାନଙ୍କୁ ସେମାନଙ୍କର ସମସ୍ୟାର ସମଧାନ ଦେଖାଇଥାଏ ଆଉ ବୁଝାଇଥାଏ । ଏହି ଲକ୍ଷ୍ୟକୁ ନେଇ ଅନୁଷ୍ଠାନ 'ଆଇନ' ଶିଶୁଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ ଆଜି ନିଜର ୨୫ ବର୍ଷର ପୂର୍ତ୍ତି ପାଳନ କରିବା ସହ ପିଲାଙ୍କ ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ କରିଛି ।

ସେପଟେ ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ପୁଅ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ଯୋଗ ଦେଇ କହିଛନ୍ତି ଯେ, ଛୁଆମାନେ ଆମ ଦେଶର ଭବିଷ୍ୟତ । ତାଙ୍କୁ ସଠିକ ସମୟରେ ଶିକ୍ଷିତ ଓ ସଚେତିତ କରିଲେ ସେମାନେ ସଶକ୍ତ ହୋଇପାରିବେ । ଯାହାର ବଳିଷ୍ଠ ମାଧ୍ୟମ ହେଉଛି ସିନେମା । ତେଣୁ ସେମାନଙ୍କ ପାଇଁ ଏଭଳି ଫେଷ୍ଟିଭାଲ ହେବାର ଆଵଶ୍ୟକତା ହୋଇଛି । ଯାହାଦ୍ୱାରା ପଥଭ୍ରଷ୍ଟ ଚିନ୍ତାଧାରାରୁ ସେମାନେ ସୁଧୁରି ପାରିବେ ଆଉ ଏକ ନୂଆ ଚିନ୍ତାଧାରାକୁ ଆପଣାଇ ପାରିବେ । ଖାଲି ସେତିକି ନୁହେଁ ଏହାଦ୍ୱାରା ଶିଶୁମାନେ ପରସ୍ପରକୁ ଭେଟ ହୋଇପାରିବେ ଓ ନିଜ ଚିନ୍ତାଧାରାକୁ ବାଣ୍ଟିପାରିବେ ଆଉ ଖୁସି ହେବେ । ସେଥିପାଇଁ ଏଭଳି ଏକ ଫେଷ୍ଟିଭାଲକୁ ଆସି ମୁଁ ବେଶ ଖୁସି। ଏଥିସହ ସେ ଗଣମାଧ୍ୟମ ଜରିଆରେ ଏହି ଫେଷ୍ଟିଭାଲରେ ନିଜ ପିଲାମାନଙ୍କୁ ସାମିଲ କରାନ୍ତୁ ବୋଲି ଆହ୍ବାନ କରିଛନ୍ତି ।

ଏଥିସହ ସେ ଓଡ଼ିଆ ଶିଶୁ ଚଳଚ୍ଚିତ୍ରକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ମଧ୍ୟ କହିଛନ୍ତି । ଏଥିପାଇଁ ସେ ସ୍ମାଇଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଥାନିତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ୭ ଦିନ ଧରି ଏହି ଫେଷ୍ଟିଭାଲ ଦିଲ୍ଲୀରେ ଆୟୋଜିତ ହୋଇଥାଏ ଯେଉଁଠିକି ଶିଶୁମାନେ ତାଙ୍କ ଷ୍ଟୋରି ନିଜେ କୁହନ୍ତି । ମୁଁ ଜଣେ ଓଡ଼ିଆ ଭାବେ ନିଶ୍ଚୟ ଏହି ପ୍ରୟାସ କରିବି।

ଏହା ମଧ୍ୟ ପଢନ୍ତୁ:କଲ୍ଲୋଳ ମହୋତ୍ସବ 2023 : ୬୪ ପ୍ରକାରର ପିଠା ପ୍ରଦର୍ଶନୀ, ପରଖିଲେ ଜିଲ୍ଲାପାଳ


ସେପଟେ ଅନୁଷ୍ଠାନର ପ୍ରତିଷ୍ଠାତା ବା ସମ୍ପାଦିକା ସ୍ନେହ ମିଶ୍ରଙ୍କ କହିବା ଅନୁସାରେ ଏହା ଦଶମ ଫିଲ୍ମ ଫେଷ୍ଟିଭାଲ । ଏହା ଛୋଟ ପିଲା ମାନଙ୍କୁ ଶିକ୍ଷିତ ଓ ସଚେତନ କରିବା ପ୍ରୟାସ ଜାରି ରଖିଛି । ତେଣୁ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ସହ ପିଲାମାନଙ୍କୁ ନେଇ ହେଉଥିବା ସିନେମା ଏଥିରେ ସ୍ଥାନ ପାଇଛନ୍ତି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରରର ଅନେକ ସିନେମା ସାମିଲ ହୋଇଥିବା ବେଳେ ଫିଲ୍ମ ଫେଷ୍ଟିଭାଲକୁ କେବଳ ଭୁବନେଶ୍ବରରେ ନୁହେଁ ଜିଲ୍ଲା ସ୍ତରରେ ପହଂଚାଇବା ପାଇଁ ପ୍ରୟାସ କରାଯିବ। ଯାହାଦ୍ବାରା ସବୁ ସ୍ତରର ଛାତ୍ରଛାତ୍ରୀ ଚଳଚିତ୍ର ଦେଖିପାରିବେ ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details