ଓଡିଶା

odisha

ETV Bharat / state

ବେଗୁନିଆ ପୋଲିସ ଦ୍ୱାରା ଦୁଇ ଡକାୟତ ଗିରଫ

ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲି ଗୋବିନ୍ଦପୁର ରାସ୍ତା ମଝିରେ ଥିବା ଏକ ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ ଦୁଇ ଡକାୟତ । ଏମାନଙ୍କ ଯୋଜନାକୁ ଭଣ୍ଡୁର କରିଛି ବେଗୁନିଆ ପୋଲିସ ।

By

Published : May 21, 2019, 7:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଡକାୟତଙ୍କ ଯୋଜନାକୁ ଭଣ୍ଡର କଲା ପୋଲିସ । ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲି ଗୋବିନ୍ଦପୁର ରାସ୍ତା ମଝିରେ ଥିବା ଏକ ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଦୁଇ ଡକାୟତଙ୍କୁ ବେଗୁନିଆ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେମାନଙ୍କ ଠାରୁ କଟୁରୀ, ଭୁଜାଲି ସମେତ ବିଭିନ୍ନ ମାରଣାସ୍ତ୍ର, ମୋବାଇଲ ଫୋନ ଏବଂ ଏକ ଚୋରା ବାଇକକୁ ଜବତ କରାଯାଇଛି । ଦୁଇ ଡକାୟତ ଦ୍ବୟ ଭଦ୍ରକ ଟାଉନ ଥାନା ଅଞ୍ଚଳର କୁଆଁସ ଗ୍ରାମର ରୂପେଶ କୁମାର ପ୍ରଧାନ ଏବଂ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉଆଁବରେଇ ଗ୍ରାମର ଜଗନ୍ନାଥ ପାତ୍ର । ଏନେଇ ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details