ଖୋର୍ଦ୍ଧା: ସାରା ବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଆଉ ଏହାର ବିଶେଷ ପ୍ରଭାବ ପଡ଼ିଛି ଦେଶର ଅର୍ଥନୀତି ଉପରେ । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଛନ୍ତି 2 ଜଣ ବାଳକ । ଖୋର୍ଦ୍ଧାର ୧୩ ବର୍ଷର ବାଳକ ସ୍ୱାଗତ ନାୟକ ଓ ୮ ବର୍ଷର ଶ୍ରୀଦ୍ଧାର୍ଥ ନାୟକ ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ 2 ବାଳକ - ମହାମାରୀ କୋରୋନା
ସାରା ବିଶ୍ବରେ ବ୍ୟାପିଥିବା ମହାମାରୀ କୋରୋନା ଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି । କିନ୍ତୁ ଏଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ନିଜ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଦୁଇ ବାଳକ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ 2 ବାଳକ
ସାରା ଦେଶ ଏବେ ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ନିଜକୁ ଏଥିରେ ସାମିଲ କରିଛନ୍ତି ଏହି ଦୁଇ ବାଳକ । ନିଜେ ସଞ୍ଚୟ କରିଥିବା ୧୧୧୨ ଟଙ୍କାକୁ ସେମାନେ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି । ଏପରି ଅସମୟରେ ପ୍ରତିଟି ସାହାଯ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଏହି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ତେବେ ବିଭିନ୍ନ ବର୍ଗର ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ବିପର୍ଯ୍ୟୟ ମୁକାବିଲା ପାଇଁ ଅର୍ଥରାଶି ଦାନ କରୁଥିବା ବେଳେ ଛୋଟ ପିଲାମାନଙ୍କ ମଧ୍ୟରେ ଏହି ଆଦର୍ଶ ସତରେ ପ୍ରଶଂସନୀୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ