ଓଡିଶା

odisha

ETV Bharat / state

ଚିଲିକାରେ ସକ୍ରିୟ ପକ୍ଷୀ ଶିକାରୀ: ୧୯ ମୃତ ବିଦେଶୀ ପକ୍ଷୀ ସହ ୨ ଗିରଫ

ଖୋର୍ଦ୍ଧା ଚିଲିକାରେ 19 ମୃତ ବିଦେଶୀ ପକ୍ଷୀ ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବନ୍ଧୁକ, ଜୀବନ୍ତ ଗୁଳି, ଛୁରୀ, ଗନ୍ ପାଉଡର୍, ବାଇକ୍ ଓ ମୋବାଇଲ ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ।

Chilika over bird poaching
ବିଦେଶୀ ପକ୍ଷୀ ଶିକାର ଅଭିଯୋଗରେ 2 ଗିରଫ

By

Published : May 6, 2020, 7:18 PM IST

ଖୋର୍ଦ୍ଧା: ସାରାଦେଶ ଏବେ କୋରାନା ମହାମାରୀ ସହ ଲଢେଇ କରୁଥିବାବେଳେ ଜାରି ରହିଛି ଲକଡାଉନ । ଆଉ ଏଭଳି ପରିସ୍ଥିତିର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି କିଛି ପକ୍ଷୀ ଶିକାରୀ । ଯାହାର ନଗ୍ନ ଚିତ୍ର ଦେଖବାକୁ ମିଳିଛି ଚିଲିକାରେ । ଖୋର୍ଦ୍ଧା ଚିଲିକାରେ 19 ମୃତ ବିଦେଶୀ ପକ୍ଷୀ ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

ଟାଙ୍ଗୀ ରେଞ୍ଜର ସୋରଣ ଚିଲିକା କୂଳରେ ବନ୍ଧୁକ ଗର୍ଜନ ଶୁଣିବା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ । ଆଉ ଶିକାରୀମାନେ ନିଷ୍ପାପ ବିଦେଶୀ ପକ୍ଷୀଙ୍କୁ ଶିକାର କରି ଫେରୁଥିବା ସମୟରେ ପୋଲିସ ହାବୁଡରେ ଧରାପଡିଛନ୍ତି।

ସେମାନଙ୍କ ନିକଟରୁ ବନ୍ଧୁକ , ଜୀବନ୍ତ ଗୁଳି , ଛୁରୀ , ଗନ୍ ପାଉଡର୍ , ବାଇକ୍ ଓ ମୋବାଇଲ ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ। ଏବେ ଶିକାରୀ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ରେଞ୍ଜର ଚୂଡାମଣୀ ମୁର୍ମୁ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details