ଭୁବନେଶ୍ବର:ଲକ୍ଷ୍ମୀସାଗର ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁହେଁ ଗାଡ଼ିରେ ଯିବା ସମୟରେ କଟକ ରୋଡ ସ୍ଥିତ ସାଇ ମନ୍ଦିର ପାଖରୁ ଉଠାଇ ଆଣିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ପ୍ରଭାତ ମାର୍ଥା ଓ ଅମିତ ମାର୍ଥା । ଉଭୟଙ୍କୁ ଧରିବା ସମୟରେ ବ୍ୟବହାର କରିଥିବା ଅଡ଼ି ଗାଡିକୁ ମଧ୍ୟ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ଦୁଇ ଅଭିଯୁକ୍ତଙ୍କ ଗିରଫ ଘଟଣାକୁ ନେଇ ଡିସିପି କହିଛନ୍ତି ଯେ, ବୁଧବାର ରାତି ପାଖାପାଖି ୧୧ଟା ସମୟରେ ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍ ଗୁଲ ମାର୍ଥାଙ୍କ ଗାଡି ଓ କର୍ପୋରେଟର ଶ୍ରୀଧରଙ୍କ ବଡ ପୁତୁରା ଦୀପକ ଜେନାଙ୍କ ଗାଡି ମୁହାଁମୁହିଁ ହୋଇଥିଲା । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ଖବର ପାଇ ପ୍ରଭାତଙ୍କ ସହଯୋଗୀ ଏବଂ ଦୀପକଙ୍କ ଦାଦା ଶ୍ରୀଧର, ବାପା ଶିଖର ଏବଂ ସାନଭାଇ ଆଲୋକ ସେଠାରେ ପହଞ୍ଚିଥିଲେ । କଥା କଟାକଟିରୁ ସ୍ଥିତି ବିଗିଡିଥିଲା । ଉତ୍ୟକ୍ତ ହୋଇ ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ । ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା ।
ଏହାମଧ୍ୟ ପଢନ୍ତୁ: ୟୁପି-ବିହାର ପରି ଭୁବନେଶ୍ବରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼