ଓଡିଶା

odisha

ETV Bharat / state

ଘନ କୁହୁଡି କଲା ବାଟବଣା, ପୋଖରୀ ଭିତରେ ପଶିଲା ଟ୍ରକ - truck accident due to fog

ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଘମାରୀ ନିକଟସ୍ଥ ଏକତାଳ ପୋଖରୀ ନିକଟରେ ଏକ ଡଷ୍ଟ ବୋଝେଇ ଟ୍ରକ ପାଣି ଭିତରେ ପଶି ଯାଇଥିବା ଦେଖିବାକୁ ମିଳିଛି ।

fog accident
ଘନ କୁହୁଡି ଯୋଗୁଁ ଟ୍ରକ ଦୁର୍ଘଟଣା

By

Published : Jan 29, 2020, 3:00 PM IST

ଖୋର୍ଦ୍ଧା : ବାଟ ହୁଡାଇଲା ଘନ କୁହୁଡି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଘମାରୀ ନିକଟସ୍ଥ ଏକତାଳ ପୋଖରୀ ନିକଟରେ ଏକ ଡଷ୍ଟ ବୋଝେଇ ଟ୍ରକ ପାଣି ଭିତରେ ପଶି ଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତାରେ ପ୍ରବଳ କୁହୁଡି ଭରି ରହିଥିବାରୁ ଏଭଳି ଘଟିଥିବା କୁହାଯାଉଛି । ବର୍ତ୍ତମାନ ଜେସିବି ସହାୟତାରେ ପୋଖରୀରେ ଡଷ୍ଟ ପକାଇ ଟ୍ରକଟିକୁ ଉଦ୍ଧାର କରାଯାଇଛି ।

ଘନ କୁହୁଡି ଯୋଗୁଁ ଟ୍ରକ ଦୁର୍ଘଟଣା

ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭରର କିଛି କ୍ଷତି ହୋଇନାହିଁ । ତେବେ ସାରା ରାଜ୍ୟରେ ପ୍ରବଳ କୁହୁଡି ଲାଗି ରହିବା ଫଳରେ ରାସ୍ତାରେ ମଧ୍ୟ ଗାଡିମଟର ଯିବା ଆସିବାରେ ଅନେକ ଅସୁବିଧା ଦେଖାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details