ଭୁବନେଶ୍ବର:ପୁରୁଷ ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଦିନ ଯେତିକି ପାଖଉଛି ସମସ୍ତ ପ୍ରସ୍ତୁତି ସେତିକି ଆଗଉଛି । 2023 ଜାନୁଆରୀ 13 ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଏନେଇ ଆଜିଠାରୁ ହକି ବିଶ୍ବକପ ଟ୍ରଫି ପରିକ୍ରମା ଅଭିଯାନ ଆରମ୍ଭ ହୋଇଛି । 29 ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ଫାଇନାଲ ମ୍ୟାଚ । ଏନେଇ ଆଜିଠାରୁ ଆରମ୍ଭ ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ଅଭିଯାନ ହୋଇଛି ।
ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ବ କପ୍ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଭିଯାନ 21 ଦିନ ଧରି ଚାଲିବ । ହକି ବିଶ୍ବକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ପରେ ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟ ବୁଲିବ ଟ୍ରଫି ।
ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଏହି ଟ୍ରଫି । ଏହି ଟ୍ରଫି ପରିକ୍ରମା ଶୁଭାରମ୍ଭରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।