ଖୋର୍ଦ୍ଧା:ପୁଣି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲେକା । ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଗୀତ ଗାଇବେ ନମିତା । କଟକ ବାରବାଟୀ ଷ୍ଟାଡିୟମରେ ଜାନଆରୀ ୧୧ ତାରିଖରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କଣ୍ଠଦାନ କରିବେ କୋରାପୁଟ ଜିଲ୍ଲାର ଝିଅ ନମିତା ମେଲେକା ।
କଟକ ବାରବାଟୀ ଷ୍ଟାଡିୟମରେ 2023 ଜାନୁଆରୀ 11ତାରିଖରେ ହକି ବିଶ୍ଵ କପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ହକି ବିଶ୍ଵକପରେ ଇଭେଣ୍ଟେ ମ୍ୟାନେଜର କପିଲ ସାଙ୍ଗଭି ଏଥିଲାଗି ନମିତାଙ୍କୁ ଗୀତ ସୁଟିଂ କରିବା ପାଇଁ ମୁମ୍ବାଇ ଡକାଇଥିଲେ । ପାହାଡିଆ ଇଲାକା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତା ମେଲେକାଙ୍କ ଗୀତ କୋରାନା ମହାମାରୀ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହୋଇଥିଲା । ଏହା ପରେ ତାଙ୍କୁ ହକି ବିଶ୍ବକପ ପରି ମେଗା ଇଭେଣ୍ଟରେ ଗୀତ ଗାଇବାରେ ସୁଯୋଗ ମିଳିଛି । ଏନେଇ ସେ ବେଶ ଖୁସିଥିବା କହିଛନ୍ତି । ହକି ବିଶ୍ଵ କପ୍ ପାଇଁ ମୁମ୍ବାଇର ଏକ ପ୍ରତିଷ୍ଠିତ ଷ୍ଟୁଡ଼ିଓରେ ଗୀତ ପରିବେଷଣ କରିଛନତି ନମିତା । ଏନେଇ ଗାଆଁଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲା ଓ ସାରା ରାଜ୍ୟରେ ଗର୍ବ ଅନୁଭବ କରୁଛନ୍ତି ।