ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ କଂଗ୍ରେସର କସରତ : ୧୪୭ ଜଣ ସଂଯୋଜକ ନିଯୁକ୍ତ, ୨୩ ଓ ୨୫ରେ ଦିଆଯିବ ପ୍ରଶିକ୍ଷଣ - congress coordinators

Training Programme of Congress: ଦକ୍ଷ ହେବେ କଂଗ୍ରେସ ନେତା । ଏଥିପାଇଁ ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିବେ । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ କଂଗ୍ରେସର କସରତ
ନିର୍ବାଚନ ପାଇଁ କଂଗ୍ରେସର କସରତ

By ETV Bharat Odisha Team

Published : Jan 17, 2024, 11:07 PM IST


ଭୁବନେଶ୍ବର:ଆସନ୍ତା ୨୩ ଓ ୨୫ ତାରିଖରେ କଂଗ୍ରେସର ପ୍ରଶିକ୍ଷଣ ଶିବିର। ନିର୍ବାଚନକୁ ଦୃଷ୍ଟିରେ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ୨୧ ଜଣ ସଂଯୋଜକ ତଥା ୧୪୭ ବିଧାନସଭା କ୍ଷେତ୍ର ପାଇଁ ୧୪୭ ଜଣ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଏବଂ ଅଜୟ କୁମାରଙ୍କ ଅନୁମୋଦନକ୍ରମେ ନିଯୁକ୍ତି ପାଇଛନ୍ତି ସଂଯୋଜକ । କିଭଳି ଭାବରେ ନିଜ ନିଜ ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପରିଚାଳନା କରିବେ ସେଥିପାଇଁ ଆସନ୍ତା ୨୩ ଓ ୨୫ ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟିର ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିବେ । ଭୁବନେଶ୍ୱର ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ।

ସୂଚନା ଅନୁସାରେ ଜାନୁଆରୀ ୨୩ ତାରିଖ ଦିନ ୧୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା – ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରର ୭୦ ଟି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ରର ସଂଯୋଜକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେହିପରି ଜାନୁଆରୀ ୨୫ ତାରିଖରେ ୧୧ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଆସ୍କା ଓ ବ୍ରହ୍ମପୁର ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭୭ଟି ବିଧାନସଭା କ୍ଷେତ୍ରର ସଂଯୋଜକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ।
ଏହା ମଧ୍ୟ ପଢନ୍ତୁ...ସକ୍ରିୟ ହେବ କଂଗ୍ରେସ, ସୁଦୃଢ଼ ହେବ ସଂଗଠନ

ଏହା ମଧ୍ୟ ପଢନ୍ତୁ...କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର, ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ସାମିଲ

ଏହା ମଧ୍ୟ ପଢନ୍ତୁ...ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ଓଡ଼ିଶା କଂଗ୍ରେସ ଭବନରେ ଷ୍ଟିକରିଂ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି । ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ମନ୍ତ୍ର ଦେବେ ପିସିସି ସଭାପତି। ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଦୁଇ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହିବେ । ଏ ସମ୍ପର୍କରେ ଆଜି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ତେଣୁ ନିଯୁକ୍ତି ପାଇଥିବା ସଂଯୋଜକମାନେ ନିର୍ଦ୍ଧାରିତ ତାରିଖରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details