ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ମୃତ ଏବଂ ପୁଅ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ଗ୍ରାମର ସଂଗ୍ରାମ କେଶରୀ ଦାସ ଓ ତାଙ୍କ ପୁଅ ପ୍ରତ୍ୟୁଶ ଦାଶ ବାଇକରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ରାସ୍ତା ମଝିରେ ହଠାତ ଏକ ଗାଈ ସାମ୍ନାକୁ ଆସିଯିବାରୁ ତାଙ୍କ ଗାଡି ଭାରସାମ୍ୟ ହରାଇ ଥିଲା । ଫଳରେ ବାଇକ ଚାଳନା କରୁଥିବା ପୁଅ ପ୍ରତ୍ୟୁଷ ଓ ବାପ ସଂଗ୍ରାମ କେଶରୀ ଛିଟିକି ପଡିଥିଲେ ।