ଓଡିଶା

odisha

ମୌସୁମୀ ଋତୁ ପାଇଁ TPSODL ପ୍ରସ୍ତୁତ, କ୍ଷେତ୍ରରେ ନିୟୋଜିତ ଅଛନ୍ତି ୪୪୨୦ କର୍ମଚାରୀ: ସିଇଓ

By

Published : Jun 26, 2023, 10:00 PM IST

ଓଡ଼ିଶାରେ ମୌସୁମୀ ଋତୁ ଆରମ୍ଭ ହୋଇଛି । ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି TPSODL ପ୍ରସ୍ତୁତ ଥିବା କହିଛନ୍ତି କମ୍ପାନୀର CEO ଅମିତ କୁମାର ଗର୍ଗ । ଅଧିକ ପଢ଼ନ୍ତୁ

ମୌସୁମୀ ଋତୁ ପାଇଁ TPSODL ପ୍ରସ୍ତୁତ
ମୌସୁମୀ ଋତୁ ପାଇଁ TPSODL ପ୍ରସ୍ତୁତ

ମୌସୁମୀ ଋତୁ ପାଇଁ TPSODL ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନ ମାସରୁ ଅକ୍ଟୋବର ମାସ ବେଶ ଗୁରୁତ୍ବପୂର୍ଣ୍ଣ । ମୌସୁମୀ ଋତୁ ସମୟରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣକାରୀ ସଂସ୍ଥା TPSODL ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୨୪ ଘଣ୍ଟା ବିଦ୍ୟୁତ ପ୍ରଦାନ କରିବା ଲାଗି ଟିପିଏସ୍‌ଓଡିଏଲ୍‌ର ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ ବ୍ୟବସ୍ଥା (ପିଏସ୍‌ସିସି) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଟିପିଏସ୍‌ଓଡିଏଲ୍‌ର CEO ଅମିତ କୁମାର ଗର୍ଗ ।

ସେ କହିଛନ୍ତି, "ସର୍କଲ ଅଫିସ ଏବଂ ସିଇଓ ଅଫିସ ସାଟେଲାଇଟ୍‌ ଫୋନ ସହିତ ଯୋଗାଯୋଗ କରାଯାଇଛି । ସେକ୍ସନ କାର୍ଯ୍ୟାଳୟକୁ ପୋର୍ଟେବଲ ଜେନ୍‌ ସେଟ୍‌ ଏବଂ ହେଭି ଟର୍ଚ୍ଚ ଲାଇଟ ଯୋଗାଇ ଦିଆଯାଉଛି । ସମସ୍ତ ୬ଟି ସର୍କଲରେ ମୋବାଇଲ ସବ୍‌ଷ୍ଟେସନ ନିୟୋଜିତ କରାଯାଇଛି । ମୌସୁମୀ ସମୟରେ ସୁରକ୍ଷା ମଧ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ । ଟିପିଏସ୍‌ଓଡିଏଲ୍‌ ନିଜର ସମସ୍ତ ସହକର୍ମୀ ଏବଂ ଜନସାଧାରଣଙ୍କ ପାଇଁ ପ୍ରଗତିଶୀଳ ସୁରକ୍ଷା ଅଭ୍ୟାସ ନିଶ୍ଚିତ କରିଛି । ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଆଗାମୀ ମୌସୁମୀ ଋତୁ ସମୟରେ ଯେକୌଣସି ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "୨୪ ଘଣ୍ଟା ବିଦ୍ୟୁତ ପ୍ରଦାନ କରିବା ପାଇଁ ଟିପିଏସ୍‌ଓଡିଏଲ୍‌ର ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ ବ୍ୟବସ୍ଥା (ପିଏସ୍‌ସିସି) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବ୍ୟାକ୍‌ଅପ୍‌ ସମାଧାନ ଭାବେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଜରୁରୀକାଳୀନ ସମୟରେ ବିଦ୍ୟୁତ୍‌ ପ୍ରଦାନ କରିବା ପାଇଁ ଭ୍ରାମ୍ୟମାଣ ସବ୍‌ଷ୍ଟେସନ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା ପାଇଁ ଟିପିଏସ୍‌ଓଡିଏଲ୍‌ କର୍ମଚାରୀମାନେ ଦିନରାତି ନିରବଚ୍ଛିନ୍ନ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରତକ୍ଷ୍ୟ ଭାବେ ନିରୀକ୍ଷଣ କରାଯାଉଛି । ଡିଭିଜନ ସ୍ତରରେ ନିରୀକ୍ଷଣ ଟିମ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି ।"

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଗ୍ରାଉଣ୍ଡରେ ୪,୪୨୦ କର୍ମଚାରୀ ମୁତୟନ ହୋଇଥିବା କମ୍ପାନୀର CEO ଅମିତ କୁମାର ଗର୍ଗ କହିଛନ୍ତି । ସେମାନଙ୍କୁ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲ୍‌ ମାଷ୍ଟର ଯୋଗାଇ ଦିଆଯାଇଛି । ରାତିରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ ଆସ୍କା ଆଲୋକର ବ୍ୟବସ୍ଥା କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ୭୦୦ କର୍ମଚାରୀ ଯେକୌଣସି ସମୟରେ ମୁତୟନ ହେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details