ଖୋର୍ଦ୍ଧା: ଜିଲ୍ଲାରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମପ୍ରସବଣକୁ ପ୍ରକୃତିର ଅବଦାନ ରହିଛି । ଏଠାରେ ବର୍ଷ ତମାମ 55 ଡିଗ୍ରୀ ସେଲସିୟସରେ ପାଣି ଫୁଟୁଥାଏ । ତେବେ ଶୀତ ଦିନର ଶୀତୁଆ ସକାଳୁ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଉଷୁମ ପାଣିରେ ଗୋଧୋଇ ମଜା ନେଉଥିବା ଦେଖିବାକୁ ମିଳିଛି ।
ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇବା ମଜା ନେଉଛନ୍ତି ପର୍ଯ୍ୟଟକ - ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇବା ମଜା
ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ଉଷ୍ମ ପ୍ରସବଣରେ ଶୀତୁଆ ସକାଳେ ପର୍ଯ୍ୟଟକମାନେ ଗୋଧୋଇ ମଜା ନେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇ ମଜା ନେଉଛନ୍ତି ପର୍ଯ୍ୟଟକ
ଶୀତୁଆ ସକାଳୁ ଅଟ୍ରିରେ ଗାଧୋଇ ମଜା ନେଉଛନ୍ତି ପର୍ଯ୍ୟଟକ
ଏହି ଉଷୁମ ପାଣି ଗନ୍ଧକଯୁକ୍ତ ହୋଇଥିବାରୁ ଏଥିରେ ସ୍ନାନ କଲେ ଚର୍ମରୋଗ ଦୂର ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଶୀତୁଆ ସକାଳୁ ଦୂର ଦୁରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ସେହିପରି ପର୍ଯ୍ୟଟକଙ୍କ ସ୍ନାନ ପାଇଁ ଏହି କ୍ଷେତ୍ରରେ ଚାରୋଟି ସ୍ନାନ କୁଣ୍ଡ ରହିଛି । ଶୀତୁଆ ସକାଳୁ ପର୍ଯ୍ୟଟକମାନେ ଗରମ ପାଣିରେ ଗାଧୋଇ ବେଶ୍ ମଜା ନେଉଥିବା ଦେଖାଦେଇଛି । ବହୁତ ସଂଖ୍ୟାରେ ଲୋକମାନେ ଆସି କୁଣ୍ଡ ମଧ୍ୟରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ