ଓଡିଶା

odisha

ETV Bharat / state

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ: ଶୀତୁଆ ସକାଳୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ - Mangalayodi tourist place

ଚିଲିକାକୁ ଛୁଟିଲେଣି ବିଦେଶୀ ପକ୍ଷୀ । ଆଉ ଏହାକୁ ଦେଖିବାକୁ ପର୍ଯ୍ୟଟକମାନେ ବି ଧାଡି ବାନ୍ଧିଲେଣି । ଶୀତୁଆ ସକାଳର ମଜା ନେବା ସହ ସୁନ୍ଦର ସୁନ୍ଦର ପକ୍ଷୀ ଦେଖିବାକୁ ଚିଲିକାରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ବିଶେଷକରି ପରିବେଶ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ମଙ୍ଗଳାଯୋଡି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ: ଶୀତୁଆ ସକାଳୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼
ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ: ଶୀତୁଆ ସକାଳୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

By

Published : Nov 8, 2020, 9:03 AM IST

ଖୋର୍ଦ୍ଧା:ପହିଲି ଶୀତର ଆଗମନରେ ମରାଳ ମାଳିନୀ ନିଳାମ୍ବୁ ଚିଲିକା ଏବେ ରଙ୍ଗ ବେରଙ୍ଗର ଦେଶୀ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଛି । ପକ୍ଷୀମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଚିଲିକାରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ବିଶେଷକରି ପରିବେଶ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ମଙ୍ଗଳାଯୋଡି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ: ଶୀତୁଆ ସକାଳୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ଏବେ ସୁଦ୍ଧା ଚିଲିକାକୁ ୩୦ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଆସିବା ବେଳେ ସେଥି ମଧ୍ୟରୁ ଟାଙ୍ଗୀ ବନ୍ୟପ୍ରାଣୀ ଅଞ୍ଚଳକୁ ୧୫ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି । ମହାଦେଶର ସର୍ବବୃହତ ମଧୁର ଜଳ ମିଶ୍ରିତ ହ୍ରଦ ଚିଲିକାରେ ଶୀତ ଦିନେ ଜମୁଛି ଦେଶୀ ବିଦେଶୀ ପକ୍ଷୀଙ୍କ ଆସର । ହଜାର ହଜାର କିମି ଅକଶପଥ ଅତିକ୍ରମ କରି କାଜକିସ୍ତାନ, ଆଫଗାନିସ୍ତାନ, ବୁଲଗେରିଆ, ଇଷ, ତୁର୍କୀ ଆଦି ଅଞ୍ଚଳରୁ ଚିଲିକାକୁ ଉଡି ଆସିଛନ୍ତି ବିଦେଶାଗତ ପକ୍ଷୀ ।

ମଙ୍ଗଳାଯୋଡ଼ିରେ ପକ୍ଷୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଥିବାରୁ ଶୀତଦିନେ ଏଠାକୁ ମାଇଲ ମାଇଲ ଦୂର ଅତିକ୍ରମ କରି ପକ୍ଷୀ ଆସିଥାନ୍ତି । ପକ୍ଷୀଙ୍କର ଏହି ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ମଙ୍ଗଳାଯୋଡିରେ ଶୀତୁଆ ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ପକ୍ଷୀ ଦେଖିବା ସହ ବୋଟିଂର ମଧ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details