ଓଡିଶା

odisha

ETV Bharat / state

ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ହାର, ବଢ଼ିଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା

Odisha Fertility rate: ରାଜ୍ୟର ଜନସଂଖ୍ୟାରେ ବିରାଟ ପରିବର୍ତ୍ତନ । ହ୍ରାସ ପାଇବାରେ ଲାଗିଛି ପ୍ରଜନନ ସଂଖ୍ୟା ଆଉ ବଢ଼ିଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା । ଅଧିକ ପଢନ୍ତୁ

Total Fertility rate in Odisha
Total Fertility rate in Odisha

By ETV Bharat Odisha Team

Published : Dec 7, 2023, 5:53 PM IST

Updated : Dec 7, 2023, 6:12 PM IST

ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ହାର

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ସଂଖ୍ୟା । ଆଉ ବଢ଼ିଚାଲିଛି ଯୁବକ ଓ ବରିଷ୍ଠଙ୍କ ସଂଖ୍ୟା । ରାଜ୍ୟର ଜନସଂଖ୍ୟାରେ ହୋଇଛି ଏପରି ଏକ ବିରାଟ ପରିବର୍ତ୍ତନ । ଯାହାର ସିଧାସଳଖ ଶିକ୍ଷା ସ୍ବାସ୍ଥ୍ୟ ଶ୍ରମ ନିୟୋଜନ ସାମାଜିକ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାକୁ ଯାଉଛି । ଓଡ଼ିଶା ବିକାଶ କନକ୍ଲେଭର ଚତୁର୍ଥ ସଂସ୍କରଣ ଅବସରରେ ଏଭଳି କିଛି ସୂଚନା ଦିଆଯାଇଛି ।

ରାଜ୍ୟରେ ଜନସଂଖ୍ୟାରେ ହେଉଥିବା ଏଭଳି ପରିବର୍ତ୍ତନ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ ନିୟୋଜନ, ସାମାଜିକ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବକୁ ନେଇ ସଂଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସହନଶୀଳ ଗ୍ରାମ ପଞ୍ଚାୟତ ଗଠନ ସହିତ ଲୋକଙ୍କ ପ୍ରକୃତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର-ବଜାର ଓ ସମାଜ ମିଶି ଯୋଜନା ପ୍ରସ୍ତୁତ କରିବା ଉଚିତ୍ ବୋଲି ଆୟୋଜିତ ଓଡିଶା ବିକାଶ କନକ୍ଲେଭ୍‌ରେ ମତ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- UN Report: ଚୀନ୍‌କୁ ଟପି ବିଶ୍ବର ଜନବହୁଳ ରାଷ୍ଟ୍ର ହେଲା ଭାରତ, ଜନସଂଖ୍ୟା 142 କୋଟି ପାର

ରାଜ୍ୟରେ ୫ ବର୍ଷ ରୁ ଆରମ୍ଭ କରି ୧୪ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ୨୦୨୧ ମସିହାରେ ୧୬ ପ୍ରତିଶତ ଥିବା ବେଳେ ଆଗାମୀ ୨୦୩୬ ବେଳକୁ ଏହା ୩ ପ୍ରତିଶତ ହ୍ରାସ ପାଇ ୧୩ ପ୍ରତିଶତରେ ପହଞ୍ଚିବ। ସେହିପରି ୨୫ ବର୍ଷ ରୁ ୫୯ ବର୍ଷ ବୟସର ଲୋକ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଦର୍ଶାଯାଇଛି । ୬୦ ବର୍ଷରୁ ଅଧିକ ବର୍ଷର ଲୋକସଂଖ୍ୟା ବଢୁଥିବାରୁ ସେସାନଙ୍କ ପାଇଁ ସ୍ବାସ୍ଥ୍ୟ ସୁରକ୍ଷା ଓ ଯତ୍ନ କାଯ୍ୟକ୍ରମ ଅଧିକ ଭାବରେ କରାଯିବା ଆବଶ୍ୟକ ବୋଲି ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ- ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି ଆଦିବାସୀ ପରିବାର

ଏନେଇ ସିୱାଇଏସଡିର କନଭେନର ଜଗଦାନନ୍ଦ କହିଛନ୍ତି,"ଏବେ ବର୍ତ୍ତମାନ ଓଡ଼ିଶା ହେଉଛି ଯୁବପିଢି ମାନଙ୍କର ରାଜ୍ୟ। ୨୦୩୬ ସମୟ ବେଳକୁ ଧୀରେ ଧୀରେ ଯୁବପିଢି ସଂଖ୍ୟା କମିବ । ଧୀରେ ଧୀରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେବେ ବୟସ୍କ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ସ୍ଵାସ୍ଥ୍ୟଗତ ଚିକିତ୍ସା ପାଇଁ ହାତକୁ ନେବା ଆବଶ୍ୟକ।’’ ଏପଟେ ପ୍ରଫେସର ଅମିତାବ କୁଣ୍ଡୁ କହିଛନ୍ତି , ‘‘ରାଜ୍ୟରେ ଏଭଳି ଏକ ସମୟ ଆସିବା ୩୦ ପ୍ରତିଶତ ଲୋକମାନେ ଗୋଟିଏ ମାତ୍ର ସନ୍ତାନ ଜନ୍ମ ଗ୍ରହଣ କରିବେ। ଯାହା ଆଗାମୀ ଦିନରେ ଜନ୍ମ ହାର ଦୃତଗତିରେ ହ୍ରାସ ପାଇବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 7, 2023, 6:12 PM IST

ABOUT THE AUTHOR

...view details