ଓଡିଶା

odisha

ETV Bharat / state

Tony Blair in Odisha: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ, ରାଜ୍ୟର ଅଗ୍ରଗତି ଉପରେ ଆଲୋଚନା - ଟୋନି ବ୍ଲେୟାର ଓଡିଶା ଗସ୍ତ

ଓଡିଶା ଗସ୍ତରେ ଆସିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟୋନି । ଉଭୟ ନେତା ଓଡିଶାର ଅଗ୍ରଗତି, ଓଡିଶାର ଅର୍ଥନୈତିକ ଅଗ୍ରଗତି ଓ ଆଗାମୀ ଭବିଷ୍ୟତରେ ଓଡିଶାର ସମ୍ଭାବନା ବାବଦରେ ଆଲୋଚନା କରିଛନ୍ତି । ଏହି ସମୟରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ଟିବିଆଇର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

By

Published : Jul 26, 2023, 10:16 PM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଟୋନି ବ୍ଲେୟାର । ଦୀର୍ଘ ଘଣ୍ଟାଏ ଧରି ଉଭୟ ନେତାଙ୍କ ମଧ୍ୟରେ ନବୀନ ନିବାସରେ ହୋଇଛି ଆଲୋଚନା । ଓଡିଶାର ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ଟୋନି ବ୍ଲେୟାର ପ୍ରତିଷ୍ଠାନ ସହଯୋଗ କରିବ ।

ଏହାବି ପଢନ୍ତୁ- Hockey And Gymnastics High Performance Center: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଓଡିଶା ଗସ୍ତରେ ଆସିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟୋନି । ଉଭୟ ନେତା ଓଡିଶାର ଅଗ୍ରଗତି, ଓଡିଶାର ଅର୍ଥନୈତିକ ଅଗ୍ରଗତି ଓ ଆଗାମୀ ଭବିଷ୍ୟତରେ ଓଡିଶାର ସମ୍ଭାବନା ବାବଦରେ ଆଲୋଚନା କରିଛନ୍ତି । ଏହି ସମୟରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ଟିବିଆଇର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଉପସ୍ଥିତ ଥିଲେ । ଗତ 21 ତାରିଖରେ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଚେଞ୍ଜ ବା ଟିବିଆଇ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ । ଏହି ଅଣ ବ୍ୟବସାୟିକ ଏମଓୟୁ ସରକାରଙ୍କ ପ୍ରକଳ୍ପର ସଫଳ ରୂପାୟନ, ଅର୍ଥନୈତିକ ନୀତି ସମୀକ୍ଷା ଓ ନୀତି ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରିବ ।

ଟିବିଆଇର ପ୍ରାଥମିକ ପରାମର୍ଶ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଓ ଜନସାଧାରଣଙ୍କୁ ସମୁଚିତ ସୁବିଧା ପାଇଁ ଟିବିଆଇ ଆଗାମୀ ଦିନରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି ନବୀନ ଆଶାବାଦୀ ଅଛନ୍ତି । ସହଯୋଗ ପାଇଁ ସେ ଟୋନିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଟୋନି ନବୀନଙ୍କୁ ପ୍ରଶଂସା କରିଛନ୍ତି । ପ୍ରଶାସନରେ ରୂପାନ୍ତରଣ ପାଇଁ 5ଟି ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଟିବିଆଇ ଆସନ୍ତା 24 ମାସ ପର୍ଯ୍ୟନ୍ତ ରାଜ୍ୟରେ ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟତା ପ୍ରଦାନ କରିବ । ଟିବିଆଇର ନେତୃତ୍ବ ଓ ବିଶ୍ବସ୍ତରୀୟ ଏକ୍ସପର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଟିମ କାମ କରିବ । ଟିମ ଓଡିଶା ସହଯୋଗରେ ଏହି ଟିମ କାର୍ଯ୍ୟ କରିବ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଏହାବି ପଢନ୍ତୁ- ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ । ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ ଏହା କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details