ଭୁବନେଶ୍ବର: ଗୁରୁବାର ବସିବ ରାଜ୍ଯ ମନ୍ତ୍ରୀମଣ୍ଡଳ ବୈଠକ। ସକାଳ 11.45ରେ ସଚ୍ଚିବାଳୟରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ସମୟ ଧାର୍ଯ୍ୟ ହୋଇଛି । କିନ୍ତୁ ବୈଠକରେ କେଉଁ ବିଷୟରେ ମୁଖ୍ୟତଃ ଆଲୋଚନା ହେବ ତାହା ଔପଚାରିକ ଭାବରେ ଏପର୍ଯ୍ୟନ୍ତ ଜଣାପଡି଼ ନାହିଁ।
ଗୁରୁବାର ରାଜ୍ୟ ମନ୍ତ୍ରୀପରିଷଦ ବୈଠକ - ପରିଷଦ
ଆସନ୍ତାକାଲି ସଚ୍ଚିବାଳୟରେ ସମସ୍ତ ମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ।
![ଗୁରୁବାର ରାଜ୍ୟ ମନ୍ତ୍ରୀପରିଷଦ ବୈଠକ](https://etvbharatimages.akamaized.net/etvbharat/prod-images/768-512-3795345-thumbnail-3x2-mn.jpg)
ଫାଇଲ ଫଟୋ
ନିର୍ବାଚନ ପୂର୍ବରୁ ସରକାର ‘କାଳିଆ’ ଯୋଜନା ପାଇଁ ରାଜ୍ଯ ଜରୁରୀକାଳୀନ ପାଣ୍ଠିରୁ ଅର୍ଥ ବ୍ୟୟ କରିଥିଲେ । କିନ୍ତୁ ଚଳିତ ବଜେଟରେ କାଳିଆ ଯୋଜନା ପାଇଁ ରାଜ୍ଯ ସରକାର ମଞ୍ଜୁର କରିଥିବା ପାଣ୍ଠି ବାବଦରେ ସବିଶେଷ ତଥ୍ୟ ଜୁଲାଇ 12 ତାରିଖରେ ରଖିବେ ଅର୍ଥମନ୍ତ୍ରୀ । ଏହା ସହ ଅନେକ ଯୋଜନା ଉପରେ ଏହି ବୈଠକରେ ହୋଇପାରେ ଆଲୋଚନା ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ