ଓଡିଶା

odisha

ETV Bharat / state

ବର୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଜିଲ୍ଲା । ଏଥିଲାଗି ଆସନ୍ତାକାଲି ପାଇଁ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

By

Published : Oct 24, 2019, 6:59 PM IST

ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି: ଖୋର୍ଦ୍ଧା ଜିଲାପାଳ

ଖୋର୍ଦ୍ଧା: ରାଜ୍ୟରେ ମାଡିଆସିଛି ଅଦିନିଆ ବର୍ଷା । ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଜିଲ୍ଲା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା 24 ଘଣ୍ଟା ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି: ଖୋର୍ଦ୍ଧା ଜିଲାପାଳ


ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଗୁରୁବାର ପାଇଁ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details