ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ। ଶୁକ୍ରବାର ସଂନ୍ଧ୍ୟା 7ଟା ସମୟରେ 20ରୁ 25 ଜଣ ଯୁବକ ଖେଳାଇଥିଲେ ଆତଙ୍କ। ମାତ୍ର 10 ସେକେଣ୍ଡରେ କେଶରୀ ମଲ୍ ସାମ୍ନାରେ ଥିବା ଉଠା ଦୋକାନକୁ ଭଙ୍ଗାରୁଜା କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ନାରେ ଯିଏ ପଡିଲା ସେ ସାଧାରଣ ଲୋକ ହୁଅନ୍ତୁ କିମ୍ବା ଦୋକାନୀ ଯାହାକୁ ଦେଖିଲେ ତାକୁ ଠେଙ୍ଗା ଧରି ପଟିଲେ। କ୍ୟାପିଟାଲ ଥାନା ଅଧିନସ୍ଥ ମାର୍କେଟ ବିଲ୍ଡିଂରେ ଏ ଘଟଣାକୁ ନେଇ ଭୟର ବାତାରଣ ଖେଳିଯାଇଛି।
ମାର୍କେଟ ବିଲ୍ଡିଂରେ ଆତଙ୍କରାଜ, ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ - ମାର୍କେଟ ବିଲ୍ଡିଂରେ ଆତଙ୍କରାଜ
ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂରେ 20ରୁ 25 ଜଣ ଯୁବକ ଖେଳାଇଛନ୍ତି ଆତଙ୍କ। କେଶରୀ ମଲ୍ ସାମ୍ନାରେ ଥିବା ଉଠା ଦୋକାନକୁ ଭଙ୍ଗାରୁଜା କରିବା ସହ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।
ଆକ୍ରମଣ ଘଟାଇଥିବା ଦୁର୍ବୃତ୍ତ ଖାଇବା ଉଠା ଦୋକନୀଙ୍କ ଖାଦ୍ୟ ନଷ୍ଟ କରିବା ସହ ଫ୍ୟାନ୍ସି ଦୋକାନୀଙ୍କ ଜିନିଷ ଫୋପଡା ଫିଙ୍ଗା କରିଥିଲେ। ଏପଟେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭିର ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ପ୍ରୟାସ କରୁଛି ପୋଲିସ। ଜଣେ ଘଣ୍ଟା କିଣିବାକୁ ଆସି ଘଣ୍ଟା ଦୋକାନୀଙ୍କ ସହ ଝଗଡା କରିଥିଲା। ସେହି ଘଟଣାକୁ ଆଧାର କରି ଗ୍ରାହକ ଜଣଙ୍କ ନିଜର ସାଙ୍ଗସାଥିଙ୍କୁ ଡାକି ଭଙ୍ଗାରୁଜା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ଘଟଣାରେ ସମ୍ପୃକ୍ତ ଥିବା 2ଜଣଙ୍କୁ ଅଟକ ରଖାଯାଇଥିବା ଭୁବନେଶ୍ବର ଡିସିପି କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ