ଓଡିଶା

odisha

By

Published : Sep 27, 2019, 2:33 PM IST

Updated : Sep 27, 2019, 10:45 PM IST

ETV Bharat / state

ଦଲାଲଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ, 100 ଟପିଲା ଗିରଫଦାରୀ

କାର୍ଯ୍ୟାନୁଷ୍ଠାନ ଆରମ୍ଭ ଦିନରୁ ହିଁ 30 ଜଣ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ । ହସ୍ପିଟାଲ ଓ ଆରଟିଓ ବିଭାଗର ବିଭିନ୍ନ ଦଲାଲଙ୍କୁ ଗିରଫ କରିବା ପରେ ଆଜି କାର୍ଯ୍ୟାନୁଷ୍ଠାନର ଦ୍ବିତୀୟ ଦିନ । ତେବେ କେଉଁଠି ଓ କେତେଜଣକୁ ଗିରଫ କରାଯାଇଛି ନଜର ପକାନ୍ତୁ...

ଫାଇଲ ଫଟୋ

ଭୁବନେଶ୍ବର: ଦଲାଲଙ୍କ ଉପରେ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ । ହସ୍ପିଟାଲ ଓ ଆରଟିଓ ପରିସରରେ ଦଲାଲଙ୍କ ଉପରେ ରହିଛି କଡା ନଜର । ହସ୍ପିଟାଲରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ଅଥବା ଆରଟିଓର କାଗଜପତ୍ର ବାହାନାରେ ଠକେଇ । ସମସ୍ତ ଦଲାଲଙ୍କୁ ଗିରଫ କରିବାରେ ଲାଗିଛି ପୋଲିସ । ପ୍ରଥମ ଦିନର କାର୍ଯ୍ୟାନୁଷ୍ଠାନରେ 30ଜଣ ଗିରଫ ହେବା ପରେ ଦ୍ବିତୀୟ ଦିନରେ 100 ଟପିଲାଣି ଗିରଫଦାରୀ ।

ବାଲେଶ୍ବର, ବାରିପଦା ଆରଟିଓରୁ 3 ଜଣ ଗିରଫ ହେବା ପରେ ଅନୁଗୋଳ ଆରଟିଓ ଓ ହସ୍ପିଟାଲରୁ 6 ଜଣକୁ ଗିରଫ ହୋଇଛନ୍ତି। ସେହିପରି ଭବାନୀପାଟଣା, ଜଗତସିଂହପୁର ଆରଟିଓରୁ 2, କେନ୍ଦୁଝରରୁ 4 ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ଡିଜି ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ହସ୍ପିଟାଲ ଦଲାଲଙ୍କ ଭିତରେ ଏକ ଛନକା ପସିଛି । ତେବେ ଆଗକୁ 'ମୋ ଯୋଜନା ଲାଗୁ' କରିବା ପୂର୍ବରୁ ସରକାର ଏପରି ସ୍ବଚ୍ଛତାର ପ୍ରମାଣ ଦେଉଛନ୍ତି।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 27, 2019, 10:45 PM IST

ABOUT THE AUTHOR

...view details