ଭୁବନେଶ୍ବର:ତମାଖୁ ମହାମାରୀ ବିଶ୍ବର ଅନ୍ୟତମ ଗୁରୁତର ସମସ୍ୟା । ବିଶ୍ବରେ ପ୍ରତିବର୍ଷ 8 ନିୟୁତରୁ ଅଧିକ ଲୋକଙ୍କ ତମାଖୁ ସେବନ ଜନିତ ମୃତ୍ୟୁ ହୋଇଥାଏ । ଏଥି ମଧ୍ୟରେ 7 ନିୟୁତରୁ ଅଧିକ ତମାଖୁ ସେବନ ଏବଂ ପ୍ରାୟ 1.2 ନିୟୁତ ଧୂମ୍ରପାନକାରୀଙ୍କ ସଂସ୍ପର୍ଶରେ ଆସି ଧୂଆଁରେ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି । ଏହି କ୍ରମରେ ରାଜ୍ୟରୁ ତମାଖୁ ବର୍ଜନ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତମାଖୁ ବ୍ୟବହାର ଦ୍ବାରା ଶରୀର ପ୍ରତି ସୃଷ୍ଟି ହେଉଥିବା ବିପଦ ନେଇ ଆଲୋଚନା କରାଯାଇଛି ।
ମୁଖ୍ୟତଃ ବିଦ୍ୟାଳୟ କିମ୍ବା କଲେଜ ଯାଉଥିବା ଛାତ୍ରମାନେ ତମାଖୁ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ସଚେତନ ବଳରେ ସେମାନଙ୍କୁ ଏଥିରୁ ନିବୃତ ରଖାଯାଇପାରିବ । ତମାଖୁ ଦ୍ରବ୍ଯ ବିକ୍ରୟ ପାଇଁ ସର୍ବନିମ୍ନ ଆଇନଗତ ବୟସ ସୀମା 18 ବର୍ଷରୁ 21 ବର୍ଷକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି PECUC ଅଧ୍ୟକ୍ଷ ରଞ୍ଜନ ମହାନ୍ତି ମତ ପ୍ରକାଶ କରିଛନ୍ତି । ତମାଖୁ ଦ୍ରବ୍ଯର ଖୁଚୁରା ବିକ୍ରୟ କିମ୍ବା ପ୍ଯାକେଟ ବାହାରେ ବିକ୍ରୟକୁ ବାରଣ କରିବା ଆବଶ୍ୟକ । ତମାଖୁର ଉତ୍ପାଦନ ଯୋଗାଣ ବିତରଣ ଆମଦାନୀ ଏବଂ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିବା ଆବଶ୍ୟକ ବୋଲି ଏହି କର୍ମାଶାଳାରେ ଆଲୋଚନା କରାଯାଇଛି । WHO ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ 1 ମିଲିୟନରୁ ଅଧିକ ଲୋକେ ତମାଖୁ ଯୋଗୁଁ ମୃତ୍ୟୁବରଣ ହୋଇଥାନ୍ତି । ଯାହା ସମସ୍ତ ମୃତ୍ୟୁର 9.5 ପ୍ରତିଶତ ଅଟେ । 15 ବର୍ଷରୁ ଅଧିକ 29% ତମାଖୁ ବ୍ୟବହାରକାରୀ, 38.7 ପ୍ରତିଶତ ବୟସ୍କମାନେ ଘରେ ଦ୍ରୁମପାନର ସମ୍ମୁଖୀନ ହେଉଛନ୍ତି । ସେହିପରି ଭାବରେ କର୍ମକ୍ଷେତ୍ରରେ 30.2 ପ୍ରତିଶତ ଏବଂ ରେସ୍ତୋରାଁ ଗୁଡିକରେ 7.4 ପ୍ରତିଶତ ଧୂନପାନ ବ୍ୟବହାର ହେଉଛି ।