ଖୋର୍ଦ୍ଧା:ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଲଗାଣ ବର୍ଷାରେ ବଢୁଛି ନଦୀ ଗୁଡିକର ଜଳସ୍ତର । ଜଟଣୀ ବ୍ଲକ ବେଣାପଞ୍ଜରୀ ନିକଟ ଦୟା ନଦୀରେ ଜଳସ୍ତର ବଢିବାରୁ ତିରିମଲ- ପଣ୍ଡିଆବିଲି ରାସ୍ତାରେ ନଦୀ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ ତିରିମଲ- ପଣ୍ଡିଆବିଲି ରାସ୍ତା ଉପରେ ଜଟଣୀ, କଣାସ, ସତ୍ୟବାଦୀ ବ୍ଲକର ୧୦ରୁ ୧୫ ହଜାର ଲୋକ ନିର୍ଭର କରୁଥିବା ବେଳେ ଏବେ ଦାଉସାଧିଛି ଲଗାଣ ବର୍ଷା । ପ୍ରତିବର୍ଷ ସ୍ଥାନୀୟ ଲୋକେ ନିଜ ଶ୍ରମରେ ଏହି ରାସ୍ତା ତିଆରି କରିବା ସହିତ 4ଗୋଟି ପାଇପ ଦେଇ ଅସ୍ଥାୟୀ ପୋଲ ନିର୍ମାଣ କରିଥାନ୍ତି । କିନ୍ତୁ ଏବେ ବନ୍ୟା ପାଣିରେ ଉଭୟ ରାସ୍ତା ଓ ପୋଲ ଭାସିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।