ଖୋର୍ଦ୍ଧା:ଆକ୍ସନ ମୁଡରେ ବାଲୁଗାଁ ଅବକାରୀ ବିଭାଗ । ବାଣପୁରରେ ଚଢାଉ କରି ବେଆଇନ ଭାବରେ ତିଆରି ହେଉଥିବା 28ଲିଟର ମଦ ଜବତ କରିବା ସହିତ ତିନିଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇଥିଲା ବାଲୁଗାଁ ପୋଲିସ । ମଦ କାରବାର ପଣ୍ଡ କରିବାକୁ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନା ଅଧୀକାରିଣୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା । ଗୁରୁବାର ମିଳିତ ଦଳ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲେ ।