ଓଡିଶା

odisha

ETV Bharat / state

Dhamnagar Bypoll: ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ - ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର ପ୍ରସ୍ତୁତି

ଧାମନଗର ଉପନିର୍ବାଚନ (Dhamnagar Bypoll) ପାଇଁ ଜମୁଛି ହେଭିୱଟ ନେତାଙ୍କ ପ୍ରଚାର । ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

Dhamnagar Bypoll: ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ
Dhamnagar Bypoll: ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ

By

Published : Oct 24, 2022, 9:40 PM IST

ଭୁବନେଶ୍ବର: ଧାମନଗରରେ ୨୬ରୁ ଜମିବ ହେଭିୱଟ ନେତାଙ୍କ ପ୍ରଚାର । ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବାବେଳେ ଜୋରଦାର ପ୍ରଚାର ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

Dhamnagar Bypoll: ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ

ଧାମନଗର ଉପନିର୍ବାଚନ (Dhamnagar Bypoll)କୁ ନେଇ ସରଗରମ ରହିଛି ଭଦ୍ରକ । ଗାଦି ହାତେଇବାକୁ ପ୍ରଚାରକୁ ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଜେଡି ପକ୍ଷରୁ ମହିଳା କାର୍ଡ ଖେଳି ବିରୋଧୀଙ୍କୁ କଡା ଜବାବ ଦିଆଯାଉଥିବା ବେଳେ ବିଜେପି ପକ୍ଷରୁ ଅନୁକମ୍ପାକୁ ଆଧାର କରି ପ୍ରଚାରକୁ ଜୋରଦାର କରାଯାଇଛି । ସେପଟେ କଂଗ୍ରେସର ଷ୍ଟାର ପ୍ରଚାରକ ସୁର ରାଉତରାୟ ଧାମନଗର ଏନ.ଏ.ସି ଅଞ୍ଚଳରେ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ନେଇ ଶନିବାର କ୍ୟାମ୍ପେନିଂ କରିଥିଲେ । ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସମସ୍ତ ଷ୍ଟାର ପ୍ରଚାରକ ପ୍ରଚାର କରିବେ । ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକ ଅଞ୍ଚଳରେ ପ୍ରଚାର କରୁଛନ୍ତି । ରାଜେନ୍ଦ୍ରଙ୍କ ପାଇଁ ସାଧାରଣ ଲୋକେ ଷ୍ଟାର କ୍ୟାମ୍ପେନର ହୋଇଥିବାରୁ ସେ ନିଜେ ବୁଲି ବୁଲି ପ୍ରଚାର କରିଛନ୍ତି । ତେବେ ଏନେଇ ବିଜେପି ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ସେ କହିଛନ୍ତି, "ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିମ୍ବଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଆସନ୍ତା ୨୭ ଓ ୨୮ରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ମଇଦାନକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ମଧ୍ୟ ଆସିବେ । ଲୋକଙ୍କ ସହ ଯୋଡ଼ି ହେବା ସହ ଭଦ୍ରକ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ବିଜେପି ପ୍ରସଙ୍ଗ କରିବ । ଭଦ୍ରକ ଜିଲ୍ଲାରେ ହେବାକୁ ଥିବା ମେଡିକାଲ କଲେଜକୁ ଚୋରି କରି ଯାଜପୁରକୁ ନିଆଯାଇଛି । ସେହିଭଳି ଯାଜପୁରରେ ରାଜ୍ୟ ସରକାରଙ୍କର ୨ ଜଣ ମନ୍ତ୍ରୀ ରହିଥିବା ବେଳେ ଭଦ୍ରକରେ ଜଣେ ବି ମନ୍ତ୍ରୀ ନଥିବା ରାଜ୍ୟ ସରକାରଙ୍କ ଭଦ୍ରକ ପ୍ରତି ଅବହେଳାକୁ ପଦାରେ ପକାଇଛି ।" ତେବେ ଏହାସହ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ବାର୍ତ୍ତା ନୋଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details