ଖୋର୍ଦ୍ଧା:ଜୀବନ ସମସ୍ତଙ୍କ ପାଇଁ ସହଜ ନଥାଏ । ଜୀବନରେ କାହା ପାଇଁ ସୁଖର ସମୁଦ୍ର ଥାଏ ତ କାହା ପାଇଁ ଦୁଃଖର ପାହାଡ଼ । କାହା ପାଇଁ ଛଅ ଭଜା ନ ତିଆଣ ଥାଏ ତା କାହା ପାଇଁ ପେଟକୁ ଭାତ ମୁଠାଏ ବି ଯୋଗାଡ଼ କରିବା କଷ୍ଟକର ହୋଇଥାଏ । ସେଥି ପାଇଁ ବୋଧେ ଜୀବର ଅନ୍ୟନାମ ଯନ୍ତ୍ରଣା ବୋଲି କୁହାଯାଏ । ଯେବେ ବଞ୍ଚିବାର ସବୁ ବାଟ ବନ୍ଦ ହୋଇଯାଏ ଆଶା ମଉଳି ଯାଏ ସେବେ ଭିକ୍ଷାବୃତ୍ତିକୁ ଆପଣେଇ ନିଏ ମଣିଷ । ଭିକ୍ଷାବୃତ୍ତିକୁ ବଞ୍ଚିବାର ଶେଷ ପନ୍ଥା ଭାବେ ଗ୍ରହଣ କରିନିଏ । ଖୋର୍ଦ୍ଧା ରାଜରାସ୍ତାରୁ କିଛି ଏମିତି ଚିତ୍ର ଆସିଛି ଯାହା ସମସ୍ତଙ୍କୁ ବିଚଳତି କରିଛି । ଡହ ଡହ ଖରାରେ ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ 3ଜଣ ଭିନ୍ନକ୍ଷମ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳିଛି ।
3 ଭାଇ, ଜଣେ ଦୁଇଗୋଡ ହରାଇ ଥିବାବେଳେ ଜଣଙ୍କର ଜୀବନ ଗାଡ଼ି ଗୋଟିଏ ଗୋଡରେ ଚାଲିଛି । ଆଉ ଜଣେ ହ୍ବିଲ ଚେୟାର ସାହାରାରେ ବଞ୍ଚୁଛନ୍ତି । ଡହ ଡହ ଖରାରେ ଖୋର୍ଦ୍ଧା ରାଜରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ବିଚଳିତ କରିଥିଲା । ଦିନ ଦ୍ବିପ୍ରହରରେ ତତଲା ପିଚୁ ସଡ଼କ ଉପରେ ତିନି ଭିନ୍ନକ୍ଷମ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଜଣେ ହ୍ବିଲ୍ ଚେୟାରରେ ବସିଥାନ୍ତି ଆଉ ଜଣେ ଭିନ୍ନକ୍ଷମ ତାଙ୍କୁ ପଛରୁ ଠେଲୁଥିବା ଦେଖିବାକୁ ମିଳିଛି । ସବୁଠୁ ବିଚଳିତ ଥିଲା ଯେବେ ଆଉ ଜଣେ ଭିନ୍ନକ୍ଷମ ତତଲା ପିଚୁରେ ଗଡ଼ି ଗଡ଼ି ଭିକ୍ଷାବୃତ୍ତି କରୁଥିଲେ । ସେମାନେ ତିନି ଭାଇ ବୋଲି ଜଣାପଡିଛି ।