ଖୋର୍ଦ୍ଧା: ଧରାପଡ଼ିଗଲା ବୁଦ୍ଧିରାମର କୁବୁଦ୍ଧି । ରାଉତପଡାରେ ଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଲୋକଙ୍କ କେତେ ଟଙ୍କା ଆତ୍ମସାତ କରିଛନ୍ତି ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ ଓ ଏହି ଅର୍ଥ ହେରଫେର ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ତାହାର ତଦନ୍ତ ତିନି ଜଣିଆ କମଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ୟାଙ୍କ ସିଇଓ ।
ବ୍ୟାଙ୍କ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କରିବ ତିନି ଜଣିଆ କମିଟି - ଖୋର୍ଦ୍ଧା ବ୍ୟାଙ୍କ ଲୁଟ ଘଟଣାରେ ବୁଦ୍ଧିରାମର କୁବୁଦ୍ଧି ଗିରଫ
ଧରାପଡ଼ିଗଲା ବୁଦ୍ଧିରାମର କୁବୁଦ୍ଧି । ରାଉତପଡାରେ ଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଲୋକଙ୍କ କେତେ ଟଙ୍କା ଆତ୍ମସାତ କରିଛନ୍ତି ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ । ଏହି ଅର୍ଥ ହେରଫେର ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ତାହାର ତଦନ୍ତ ତିନିଜଣିଆ କମଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ୟାଙ୍କ ସିଇଓ । ଅଧିକ ପଢନ୍ତୁ
ବ୍ୟାଙ୍କ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କରିବ ତିନିଜଣିଆ କମିଟି
ସେହିପରି ବୁଦ୍ଧିରାମ କେବଳ ରାଉତପଡା ଶାଖାରେ ନୁହେଁ, 1991 ମସିହାରେ ମଳିପଡା କଣ୍ଟାବାଡ଼ ସମବାୟ ସମିତିରେ ପ୍ରାୟ 41 ହଜାର 906 ଟଙ୍କା ଆତ୍ମସାତ କରି ସସପେଣ୍ଡ ହୋଇଥିଲେ । ଆଉ ଏବେ ରାଉତପଡା ଶାଖାରୁ କୋଟି କୋଟି ଟଙ୍କା ହଡପ ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତରେ ଯିଏ ବି ସମ୍ପୃକ୍ତ ଥିବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ୟାଙ୍କ ସିଇଓ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ