ଓଡିଶା

odisha

By

Published : Feb 23, 2022, 9:14 PM IST

ETV Bharat / state

ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ କେତେ ଟଙ୍କାର ହୋଇଛି ଦୁର୍ନୀତି ତା’ର ଯାଞ୍ଚ ଆରମ୍ଭ କରିଛି ୩ ଜଣିଆ କମିଟି । ଏନେଇ ଗତକାଲି(ମଙ୍ଗଳବାର)ଠାରୁ ଜମାକାରୀଙ୍କୁ ନୋଟିସ କରାଯାଇଥିଲା । ଅଧିକ ପଢନ୍ତୁ

ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି
ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି

ଖୋର୍ଦ୍ଧା: ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ କେତେ ଟଙ୍କାର ହୋଇଛି ଦୁର୍ନୀତି ତା’ର ଯାଞ୍ଚ ଆରମ୍ଭ କରିଛି ୩ ଜଣିଆ କମିଟି । ଏନେଇ ଗତକାଲି(ମଙ୍ଗଳବାର)ଠାରୁ ଜମାକାରୀଙ୍କୁ ନୋଟିସ କରାଯାଇଥିଲା । ତେବେ ଆଜି ଏହି ଯାଞ୍ଚ କମିଟି ରାଉତପଡାରେ ପହଞ୍ଚି ଜମାକାରୀଙ୍କ ଠାରୁ ଦରଖାସ୍ତ ଓ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରିଛି ।

ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି

ସୂଚନା ଅନୁଯାୟୀ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଶତାଧିକ ଗରିବ ଜମାକାରୀଙ୍କ ଫିକ୍ସ ଡିପୋଜିଟ ଓ ସଞ୍ଚୟ ଖାତାରୁ ଅର୍ଥ ହେରଫେର ହୋଇଥିବା ଇଟିଭି ଭାରତରେ ଖବର ପ୍ରସାରଣ ହେବାପରେ ବ୍ୟାଙ୍କ ସିଇଓ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ଅନ୍ୟ ଜଣଙ୍କୁ ବହିଷ୍କାର କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details