ଓଡିଶା

odisha

ETV Bharat / state

ଚର୍ଚ୍ଚାରେ 3 ସାଙ୍ଗ: ଦାଦନ ଛାଡିଲେ, ହେଲେ ସଫଳ ଚାଷୀ; ବର୍ଷକୁ ରୋଜଗାର ଲକ୍ଷ ଲକ୍ଷ - three friends start agriculture work

3 ଉଚ୍ଚଶିକ୍ଷିତ ଯୁବକ ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ଚାଷ କାର୍ଯ୍ୟକୁ ଆଦରି ନେଇଛନ୍ତି । ଆଉ ବାର୍ଷିକ 12ରୁ 15 ଲକ୍ଷ ଟଙ୍କା ଆୟ କରି ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅଧିକ ପଢନ୍ତୁ

ସଫଳ ଚାଷୀ ହେଲେ 3 ଯୁବକ
ସଫଳ ଚାଷୀ ହେଲେ 3 ଯୁବକ

By

Published : Aug 11, 2023, 9:36 PM IST

ସଫଳ ଚାଷୀ ହେଲେ 3 ଯୁବକ

ଖୋର୍ଦ୍ଧା:ସାମ୍ପ୍ରତିକ ପରିସ୍ଥିତିରେ ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀ ସରକାରୀ ଚାକିରୀ ପଛରେ ଗୋଡ଼ାଉଛନ୍ତି । ମାତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମର 3 ଉଚ୍ଚଶିକ୍ଷିତ ଯୁବକ ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ଚାଷ କାର୍ଯ୍ୟକୁ ଆଦରି ନେଇଛନ୍ତି । ବିଶେଷ କରି, ପରିବାର ଚାଷ କରି ସେମାନେ ବାର୍ଷିକ 12 ରୁ 15 ଲକ୍ଷ ଟଙ୍କା ଆୟ କରି ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଏହି 3 ଯୁବକ ହେଉଛନ୍ତି ଲିପୁ ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ।

ସେମାନେ କହିଛନ୍ତି, "ସ୍ନାତକ ଡିଗ୍ରୀ ହାସଲ ପରେ ବିଭିନ୍ନ ସ୍ଥାନରେ ଚାକିରୀ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସୁଦ୍ଧା ବିଫଳ ହୋଇଥିଲୁ। ଏମିତିକି କାମ କରିବା ପାଇଁ ଗୁଜରାଟର ସୁରାଟ ମଧ୍ୟ ଯାଇଥିଲୁ । କିନ୍ତୁ ପର ପାଖରେ କାମ କରିବା ପରିବର୍ତ୍ତେ ଗାଁରେ ଥିବା ନିଜ 5 ଏକର ଜମିରେ ପନିପରିବା ଚାଷ କରିବାକୁ ନିଷ୍ପତ୍ତି ନେଲୁ।" ଏହାପରେ ଗ୍ରାମରେ ଥିବା ଅନ୍ୟ ପରିବା ଚାଷୀଙ୍କ ଠାରୁ ପରାମର୍ଶ ନେଇଥିଲେ। ପରାମର୍ଶ ନେବା ପରେ ଲିପୁ, ସନ୍ତୋଷ ଏବଂ ସୀତାଂଶୁ ଆରମ୍ଭ କରିଥିଲେ ପରିବା ଚାଷ ।

ଅନ୍ୟ ଚାଷୀମାନଙ୍କଠାରୁ ପରାମର୍ଶ ନେଇ ଏହି 3 ବନ୍ଧୁ ବାର୍ଷିକ 30 ହଜାର ଖର୍ଚ୍ଚ କରି ଆଧୁନିକ ପ୍ରଣାଳୀରେ ଚାଷ କରୁଛନ୍ତି। ସେମାନଙ୍କ କ୍ଷେତରେ କାକୁଡ଼ି, ଭେଣ୍ଡି, ଜହ୍ନି,କୋବି, ଛଚିନ୍ଦ୍ରା, ଟମାଟୋ ଭଳି ତଟକା ପନିପରିବା ଆଦି ଫଳିଥିବା ଦେଖିବାକୁ ମିଳିଛି । ଆଉ ଏବେ ଏହି ଚାଷ ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଚାଷ ଦ୍ବାରା ସେମାନେ ବାର୍ଷିକ 12 ରୁ 15 ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।

ଏହା ବି ପଢନ୍ତୁ...ସମନ୍ଵିତ ଚାଷ କରି ଚର୍ଚ୍ଚାରେ ପାତ୍ରପୁଟର ଚାଷୀ ନିତ୍ୟାନନ୍ଦ, ସଂରକ୍ଷଣ କରିଛନ୍ତି 278 ପ୍ରକାର ଦେଶୀ ଧାନ

ପ୍ରତିଦିନ ଏହି କ୍ଷେତରୁ ପରିବା ସଂଗ୍ରହ କରି ନୟାଗଡ଼, ରଣପୁର,ଟାଙ୍ଗି, ଚାନ୍ଦପୁର ଓ ଖୋର୍ଦ୍ଧା ବଜାରରେ ବିକ୍ରି କରିଥାନ୍ତି । ଆଉ ଏହି କ୍ଷେତରୁ ସେମାନେ ବାର୍ଷିକ 12 ରୁ 15 ଲକ୍ଷ ଟଙ୍କା ରୋଜଗାର କରି ଏବେ ଅନ୍ୟ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେହିପରି ଗ୍ରାମରେ ବହୁ ଲୋକ ଏହି ପରିବା ଚାଷ କରୁଥିବାବେଳେ ଶୀତଳ ଭଣ୍ଡାର ନଥିବାରୁ ଅନେକ ସମୟରେ ଚାଷୀମାନେ ଅଭାବୀ ବିକ୍ରିର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି। ଆଜିକାଲି ଯୁବବର୍ଗ ଚାଷରୁ ମୁହଁ ଫେରାଇ ନେଇଥିବାବେଳେ ଏମାନେ ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details