ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ଜଟଣୀ ତହସିଲରେ ଶ୍ମଶାନ ଜମି ଜବର ଦଖଲ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ଆସିଛି ।
ଜମି ଜବରଦଖଲକୁ ବିରୋଧ କଲେ ହତ୍ୟା ଧମକ ମିଳୁଥିବା ଅଭିଯୋଗ - ଖୋର୍ଦ୍ଧାରେ ସ୍ମଶାନ ଜମି ଜବରଦଖଲ ଅଭିଯୋଗ
ଖୋର୍ଦ୍ଧାରେ ଗାଁ ଶ୍ମଶାନ ଜମି ଜବରଦଖଲକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରି କଲେ ଗ୍ରାମବାସୀ । ପ୍ରତିବାଦ କଲେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ...
ଜମି ଜବରଦଖଲକୁ ବିରୋଧ କଲେ ହତ୍ୟା ଧମକ ମିଳୁଥିବା ଅଭିଯୋଗ
ଜମି ଜବରଦଖଲକୁ ବିରୋଧ କଲେ ହତ୍ୟା ଧମକ ମିଳୁଥିବା ଅଭିଯୋଗ
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଓଗରସୁଆଁ ଗ୍ରାମର ଗୋଚର ଏବଂ ଶ୍ମଶାନ ଜମିକୁ ଜବରଦଖଲ କରି ଜମି ମାଫିଆ ଓ ବିଲ୍ଡର ସଂସ୍ଥା ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଲ୍ଡର ସଂସ୍ଥା ଶ୍ମଶାନ ଜମିରେ ଜବରଦସ୍ତ ରାସ୍ତା କରୁ ଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଆଜି(ବୁଧବାର) ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ବାବଦରେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jan 13, 2021, 7:08 PM IST