ଖୋର୍ଦ୍ଧା: ବିଗତ ବର୍ଷଗୁଡିକରେ ଥଣ୍ଡାର ପ୍ରକୋପ ବୃଦ୍ଧିହେଲେ ଖୋର୍ଦ୍ଧାରେ ବାର୍ଡଫ୍ଲୁ ବ୍ୟାପିବାର ଦେଖିବାକୁ ମିଳିଥାଏ । କିନ୍ତୁ ଯଦିଓ ଆଗାମୀ ମାର୍ଚ୍ଚମାସ ଶେଷ ପର୍ଯ୍ୟନ୍ତ ନମୁନା ସଂଗ୍ରହ ପାଇଁ ସମୟ ରହିଛି ତଥାପି ଏପର୍ଯ୍ୟନ୍ତ ବାର୍ଡଫ୍ଲୁର ଲକ୍ଷଣ ଦେଖାଯାଇନାହିଁ । ତେବେ ବର୍ତ୍ତମାନ ସମୟରେ ବାର୍ଡ ଫ୍ଲୁ ପ୍ରଚାର ଏକ ଗୁଜବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।
ବାର୍ଡଫ୍ଲୁ ଏଯାଏଁ ଓଡିଶା ଛୁଇଁନି: ମୁଖ୍ୟ ପଶୁଚିକିତ୍ସା ଅଧିକାରୀ - ବାର୍ଡ ଫ୍ଲୁ ପରୀକ୍ଷା ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ବାର୍ଡ ଫ୍ଲୁ ପ୍ରଚାର ଗୁଜବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ....
ତେବେ ଏଯାଏଁ ଜିଲ୍ଲାର କୌଣସି ସ୍ଥାନରେ ପକ୍ଷୀ ମଡକ ଦେଖିବାକୁ ମିଳିନାହିଁ । ଆଜି(ମଙ୍ଗଳବାର) ବାର୍ଡ ଫ୍ଲୁ ସନ୍ଦେହ ସମ୍ପର୍କିତ ଖବର ପ୍ରଚାର ପରେ ଏହାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀ ଡା. ବିଷ୍ଣୁଚରଣ ସାହୁ । ଚଳିତବର୍ଷ ଏଯାଏଁ ବାର୍ଡ ଫ୍ଲୁ ଓଡିଶା ଛୁଇଁନାହିଁ ବୋଲି ସେ କହିଛନ୍ତି । ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ପାଖାପାଖି ୪୦୦ଟି ନମୁନା ସଂଗ୍ରହ କରାଯାଇଛି । ସେଥିରୁ ୨୦୦ ନମୁନା କଟକ ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣାକେନ୍ଦ୍ରକୁ ପଠାଯାଇ ଥିବାବେଳେ ଏଯାବତ କୌଣସି ନମୁନା ପଜିଟିଭି ଆସିନାହିଁ ବୋଲି ବିଷ୍ଣୁଚରଣ ସାହୁ କହିଛନ୍ତି । ତେବେ ଅବଶିଷ୍ଟ ନମୁନା ସିଡିଭିଓ ଅଫିସରେ ରହିଛି ତାହାକୁ ମଧ୍ୟ ସେଠାକୁ ପରୀକ୍ଷା ଲାଗି ପଠାଯିବ । ତେଣୁ ବାର୍ଡଫ୍ଲୁ ଏକ ଗୁଜବ, କୁକୁଡାଚାଷୀମାନେ ନିର୍ଭୟରେ ରହିବା ସହିତ ଜନସାଧାରଣ ଏଦିଗରେ ସଚେତନତା ହେବା ପାଇଁ ମୁଖ୍ୟ ପଶୁଚିକିତ୍ସା ଅଧିକାରୀ ଡା. ବିଷ୍ଣୁଚରଣ ସାହୁ ପରାମର୍ଶ ଦେଇଛନ୍ତି ।