ଓଡିଶା

odisha

ETV Bharat / state

Lingaraj Rukuna Rath Yatra: ୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ - ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ

୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା ଗୁରୁ ପ୍ରତିଭା ପଣ୍ଡା ଓଡିଶା କଳା ବିକାଶ କେନ୍ଦ୍ରର କଳାକାରମାନେ, ବୀଣାପାଣି କଳା ନିକେତନର କଳାକାର ମାନେ ନୃତ୍ୟ ପରିବେଷଣ କରିବେ ।

୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ
୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ

By

Published : Mar 28, 2023, 7:02 AM IST

୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ବର: ୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ । ଆସନ୍ତା ୨୯ ତାରିଖରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣାରଥ ଯାତ୍ରା । ଏହି ଅବସରରେ ଆୟୋଜିତ ହେବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଏହି ମହୋତ୍ସବ ହେଉଥିବା ବେଳେ ୬ ଦିନ ବ୍ୟାପୀ ଚାଲିବ । ଯାହା ୨୯ ତାରିଖରୁ ଆରମ୍ଭ ହୋଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବାପାଇଁ ଏକାମ୍ର ସାଂସ୍କୃତିକ ସଂଗଠନ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ୭୦୦ରୁ ଊର୍ଦ୍ଧ୍ବ କଳାକାର ଯୋଗଦେଇ ସେମାନଙ୍କର କଳା ପ୍ରଦର୍ଶନ କରିବେ ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା ଗୁରୁ ପ୍ରତିଭା ପଣ୍ଡା ଓଡିଶା କଳା ବିକାଶ କେନ୍ଦ୍ରର କଳାକାରମାନେ, ବୀଣାପାଣି କଳା ନିକେତନର କଳାକାର ମାନେ ନୃତ୍ୟ ପରିବେଷଣ କରିବେ । ଓଡିଶା ବାହାର ବା ଓଡିଶା ସମେତ ଅନ୍ୟ ରାଜ୍ୟର ସାଂସ୍କୃତିକ ସଂଗଠନ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । କୋଲକାତାର ଭାରତନାଟ୍ୟମ, ଗରଭା ଡ୍ୟାନ୍ସ ଉତ୍ତରାଖଣ୍ଡର ଛାପେଲି ମଥୁରାର ହୋଲି ଓ ପିକକ ନୃତ୍ୟ ଆସାମର ବୋରୋ ବେଙ୍ଗଲୀ ଫୋକ ନୃତ୍ୟ ପରିବେଷଣ କରାଯିବ ।

ସେହିପରି ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକପ୍ରିୟ ନୃତ୍ୟ ଦୁଲଦୁଲି ସମ୍ବଲପୁରୀ ଘୋଡାନାଚ ଛଉ ନୃତ୍ୟ ଗୋଟିପୁଅ ନୃତ୍ୟ ଓଡିଶୀ ନୃତ୍ୟ ପରିବେଷଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ତଥା ବିଧାୟକ ସୁର ରାଉତରାୟ । ଏହାସହ ଏକାମ୍ର ସାଂସ୍କୃତିକ କାର୍ଯ୍ୟକମ ମଣ୍ଡପର ନୂତନ କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ଏହା ଖୁବଶୀଘ୍ର ଶେଷ ହେବ ବୋଲି ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି । କାରଣ ଏହି ମଣ୍ଡପ ଅନେକ ଦିନଧରି କାର୍ଯ୍ୟକ୍ରମ କରିଆସୁଥିବା ବେଳେ ତାହା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହାକୁ ନୂଆ ରୂପରେ ସଜେଇବା ପାଇଁ ପୁଣି ଥରେ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଛି।

ଅନ୍ୟପଟେ ରୁକୁଣାରଥ ଅବସରରେ ରାମେଶ୍ୱର ମହୋତ୍ସବ ବି ଆୟୋଜିତ ହେଉଛି । ଚଳିତବର୍ଷ ପରି ଏଥର ରାମେଶ୍ୱର କ୍ଲବ ପକ୍ଷରୁ ହେଉଥିବା ବେଳେ ଏହା ୫ ଦିନ ଧରି ଚାଲିବ । ଏହି ଉପଲକ୍ଷେ ସୁନ୍ଦର ସ୍ୱାସ୍ଥ୍ୟ ବାର୍ତ୍ତା ପ୍ରଦାନ ପାଇଁ ଭୁବନେଶ୍ୱର କୁମାର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓ କଳିଙ୍ଗ କୁମାର ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା କରାଯିବ । ଏହା ୩୦ ରୁ ଆରମ୍ଭ ହୋଇ ୩ ପର୍ଯ୍ୟନ୍ତ ଚାଲିବ। ଯେଉଁଠି ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details