ଓଡିଶା

odisha

ETV Bharat / state

ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ, ଝାରପଡ଼ା ଜେଲକୁ ଗଲେ ଅର୍ଚ୍ଚନା - ରିମାଣ୍ଡ ଆବେଦନ ଖାରଜ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ତୃତୀୟ ଥର ପାଇଁ ଅର୍ଚ୍ଚନାଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ କରିବା ସହ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ଝାରପଡ଼ା ଜେଲକୁ ଗଲେ ଅର୍ଚ୍ଚନା
ଝାରପଡ଼ା ଜେଲକୁ ଗଲେ ଅର୍ଚ୍ଚନା

By

Published : Dec 19, 2022, 6:30 PM IST

Updated : Dec 19, 2022, 8:13 PM IST

ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ଖାରଜ

ଭୁବନେଶ୍ବର: ସରିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଏହାପରେ ସୋମବାର ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ତୃତୀୟ ଥର ପାଇଁ ଅର୍ଚ୍ଚନାଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବାବେଳେ ଏହାକୁ ଖାରଜ କରିଛନ୍ତି କୋର୍ଟ । ଏହାସହ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍‌ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍‌ସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି । ଏନେଇ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେବାକୁ ଚାହିଁଥିଲା ଇଡି ।

ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଆଜି ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଏଠାରେ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଫଳରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2022, 8:13 PM IST

ABOUT THE AUTHOR

...view details