ଭୁବନେଶ୍ବର:ଏଥର ଓଡ଼ିଶାରେ ଜମିବ ଗଣେଶ ପୂଜାର ଆସର। ଦର୍ଶକଙ୍କୁ ପୂଜା ଉତ୍ସବକୁ ଦ୍ବିଗୁଣିତ କରିବାକୁ ପରଦାକୁ ଆସୁଛି ଓଡ଼ିଆ ସିନେମା । ପୂଜାର ମଜା ନେବା ସହ ୪ ଓଡ଼ିଆ ସିନେମା ଦେଖିବାକୁ ପାଇବେ ସିନେପ୍ରେମୀ । ଗତକାଲି(ସେପ୍ଟେମ୍ବର 17)ରେ ନାରୀ କେନ୍ଦ୍ରୀୟ ଓଡ଼ିଆ ସିନେମା 'କସ୍ତୁରୀ' ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ପରଦାକୁ ଆସିବାକୁ ଯାଉଛି ୩ ଓଡ଼ିଆ ଫିଲ୍ମ । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭଳି ତାରକା ବଡ ପରଦାରେ ନଜର ଆସିବେ।
ଗଣେଶ ପୂଜାରେ ପରଦାକୁ ଆସିବାକୁ ଯାଉଛି ୩ ଓଡ଼ିଆ ଚଳଚ୍ଚିତ୍ର। ଗଣେଶ ପୂଜାରେ ଅର୍ଥାତ୍ ଆସନ୍ତାକାଲି ମୁକ୍ତିଲାଭ କରିବ ପୁଷ୍କରା । ୨୨ ତାରିଖରେ ପ୍ରତିଶୋଧ ଓ ଶଙ୍କର ମୁକ୍ତିଲାଭ କରିବ। ଏଥର ପୂଜାରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭଳି ତାରକା ପରଦାରେ ଦେଖାଇବେ ଜଲୱା । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ 'ପୁଷ୍କରା', ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ 'ପ୍ରତିଶୋଧ' ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଶଙ୍କର ରିଲିଜ ହେବ।
ପୁଷ୍କରା
ଦୀର୍ଘ 2 ବର୍ଷ ପରେ ଅଭିନେତା ସବ୍ୟସାଚୀ ମିଶ୍ର ପୁଷ୍କରା ସହ ପରଦାକୁ ଫେରୁଛନ୍ତି । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଛି । ଏଥିରେ ପୁରୀର ଜାଗାଘର ସାହିଯାତ ଓ ଡଙ୍ଗା ଭସା ଭଳି ଅନେକ ପରମ୍ପରା ଦେଖାଯାଇଥିବା ବେଳେ ପୁରୀରେ କାହାଣୀର ଅନେକ ସିନ୍ ସୁଟ ହୋଇଛି । ସିନେମାକୁ ନେଇ ପ୍ରତିକିୟା ଦେଇ ସବ୍ୟସାଚୀ କହିଛନ୍ତି ଯେ, ଏହି ସିନେମା ସମ୍ପୂର୍ଣ୍ଣ ନିଆରା ଯେଉଁଥିରେ ଇତିହାସ ଲୁଚିକି ରହିଛି। ମଶାଣିରେ ରହୁଥିବା ଏକ ଭିନ୍ନ ଚରିତ୍ର ଯିଏ ମୃତବ୍ୟକ୍ତିର ଘରେ ପୁଷ୍କରା ଲାଗିଲେ ବ୍ରାହ୍ମଣଙ୍କ ସାଥିରେ ଘରକୁ ଯାଏ। ତେବେ କ'ଣ ଏହି ପରମ୍ପରା ଏଥିରେ କେତେ ସତ୍ୟତା ଅଛି ତାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି। ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ସୁପ୍ରିୟା ନାୟକ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ ।
ପ୍ରତିଶୋଧ