ଭୁବନେଶ୍ବର: ଲୋକସଭାରେ ବିଭିନ୍ନ ସମୟରେ ବିଧେୟକ ଆସିଥାଏ। ରାଜନୈତିକ ଦଳ ବିଭିନ୍ନ ବିଲକୁ ନିଜ ବିଚାରଧାରା ଓ ଦେଶ ହିତ ଦୃଷ୍ଟିରୁ ସମର୍ଥନ କରିଥାଆନ୍ତି। କିନ୍ତୁ କିଛି ଦଳ ଅଛନ୍ତି ନିଜର ସ୍ବାର୍ଥ କଥା ହିଁ ଚିନ୍ତା କରନ୍ତି। ଦେଶର ହିତ କଥା କୌଣସି ପରିସ୍ଥିତିରେ ଚିନ୍ତା କରନ୍ତିନାହିଁ। ବିଗତ ଦିନରେ ଅନେକ ଉଡାହରଣ ରହିଛି। ତିନି ତଲାକ, ୩୭୦ ଧାରା ଉଚ୍ଛେଦ ଭଳି ଘଟଣାରେ କିଛି ଦଳ ଵିରୋଧ କରିଥିଲେ। ଯାହାର କିଛି ମାନେ ନାହିଁ। ଗତକାଲି ସଂସଦରେ ସ୍ବାର୍ଥପର କହି ନବୀନ ପଟ୍ଟନାୟକଙ୍କୁ ଟାର୍ଗଟେ କରିଥିଲେ ଟିଏମସି ସାଂସଦ । ଏହାର ପ୍ରତିକ୍ରିୟାରେ ବିଜେପି ନେତା ବଳଭଦ୍ର ମାଝୀ ଆଜି ଏହା କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟରେ ବଳଭଦ୍ର କହିଛନ୍ତି ଲୋକସଭାରେ କିଏ କାହାକୁ ସମର୍ଥନ ଦେବାକୁ ବାଧ୍ୟ ନୁହଁନ୍ତି। ବିଜେଡିର ସାଂସଦ ଲୋକସଭାରେ ଏନଡିଏକୁ ସମର୍ଥନ ଦେଇଛନ୍ତି। ସେଥିପାଇଁ ସେମାନେ ଯେ ସ୍ଵାର୍ଥପର ତାହା କହିବା ଭୁଲ। ଯେଉଁ ଦଳଗୁଡିକ ଅଭିଯୋଗ ଆଣିଛନ୍ତି। ସେମାନେ କଣ ସ୍ବାର୍ଥପର ନୁହଁନ୍ତି। ବ୍ୟକ୍ତିଗତ ଭାବରେ ସେମାନେ ବି ସ୍ଵାର୍ଥପର। ସେମାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଅଛି। ବିରୋଧୀଙ୍କ ଅଭିଯୋଗ ସ୍ଵାର୍ଥପର। ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଲୋକସଭାରେ ଏନଡିଏକୁ ସମର୍ଥନ ଜଣାଇଛି। ଏଥିରେ ଦେଶର ସ୍ଵାର୍ଥ ଅଛି। ତେବେ ଏଥିରେ ନବୀନ ବାବୁଙ୍କର କେତେ ସ୍ୱାର୍ଥ ଅଛି ତାହା କହି ହେବ ନାହିଁ।