ଓଡିଶା

odisha

ETV Bharat / state

ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ ! ଲୁଚି ଯାଉଛି ଅସଲ ସତ, ବାଟବଣା ପୋଲିସ - ରାଜଧାନୀରେ ନିରୀହ ଯୁବତୀଙ୍କ ଉପରେ ଦଲାଲଙ୍କ ନଜର

ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ ରହିଥିବା ପୋଲିସକୁ ମିଳିଛି ତଥ୍ୟ । ଏହି ଘଟଣାରେ‌ ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାପରେ ଏଭଳି ତଥ୍ୟ ପାଇଛି ପୋଲିସ । ଅଧିକ ପଢ଼ନ୍ତୁ

ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ !
ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ !

By

Published : Aug 9, 2023, 8:20 PM IST

ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ !

ଭୁବନେଶ୍ବର: ରାଜଧାନୀରେ ନିରୀହ ଯୁବତୀଙ୍କ ଉପରେ ଦଲାଲଙ୍କ ନଜର । ଚାକିରି ଦେବା ଆଳରେ ଟଙ୍କା ଦେଇ ସଜାଉଛନ୍ତି ବାର ଗାର୍ଲ୍‌ । ଫାଇଦା ନେଉଛନ୍ତି ବାର୍‌ ମାଲିକ, ମାଲାମାଲ ହେଉଛନ୍ତି ଦଲାଲ । ଲକ୍ଷ୍ମୀସାଗର ଥାନା ହୋଟେଲ ଦୀପାଲୀ ଇଣ୍ଟରନାସନାଲରେ ଶୁଭଲକ୍ଷ୍ମୀ ଓରଫ ପାୟଲ ମୃତ୍ୟର ଖୋଲୁଛି ଗୁମର । ଏହି ଘଟଣାରେ‌ ଅନୀଲ ନାମକ ଜଣେ ଫଟୋଗ୍ରାଫର ଯୁବକଙ୍କୁ ଜେରା କରିଛି କମିଶନରେଟ ପୋଲିସ । ଯିଏକି ବିଗତ କିଛିଦିନ‌ ଧରି ପାୟଲଙ୍କ ସହ ଯୋଗାଯୋଗରେ ଥିଲେ । ଏପରିକି ମୃତ୍ୟୁ ପୂର୍ବରୁ ଭିଡିଓ କଲରେ ଅନୀଲଙ୍କ ସହ କଥା ହୋଇଥିଲେ ପାୟଲ । ତେବେ ଅନୀଲଙ୍କୁ ପଚରାଉଚରା ବେଳେ ପୋଲିସକୁ ମିଳିଛି ରୋଚକ ତଥ୍ୟ ।

ଭୁବନେଶ୍ବରରେ ଚାଲୁଛି ଏକ ବାର ଗାର୍ଲ ସିଣ୍ଡିକେଟ୍ । 'ଅଙ୍କଲ' ଓରଫ୍‌ ଲିଟୁ ନାମକ ଯୁବକ ଏହି ବାର‌ ଗାର୍ଲ ସିଣ୍ଡିକେଟ ଅପରେଟ କରୁଛନ୍ତି । ଏହି ସିଣ୍ଡିକେଟ୍‌ରେ କିଛି ବାର ମାଲିକ ଓ ବାର ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି । ଯେଉଁମାନେ କି ବାରକୁ ବାର ଗାର୍ଲ ଯୋଗାଇବାକୁ ଏହି ଅଙ୍କଲ୍‌ ସହ ହାତ ମିଳାଇଛନ୍ତି । ବାର୍‌ରେ ବାର ଗାର୍ଲଙ୍କ ଉପରେ ଗ୍ରାହକମାନେ ଟଙ୍କା ଉଡ଼ାଇଥାନ୍ତି । ଉଡ଼ାଉଥିବା ଟଙ୍କାର ଅଧା ଥିଲା ସେହି ବାର୍‌ ମାଲିକଙ୍କର ଭାଗ ଓ‌ ଅଧା ଥିଲା ବାର ଦଲାଲଙ୍କର ଭାଗ । ହେଲେ ଟଙ୍କାଟିଏ ପାଉନଥିଲେ ବାର ଗାର୍ଲ । କାରଣ ମାସିକିଆ ଦରମା ହିସାବରେ ନିରୀହ ଯୁବତୀଙ୍କୁ ବାର୍‌ ଗାର୍ଲ ଭାବେ ନିୟୋଜିତ କରିଥିଲେ ଦଲାଲ । ଅର୍ଥାତ୍ ଭୁବନେଶ୍ବରକୁ ଏକ ସ୍ବପ୍ନ ନେଇ ଆସିଥିବା ନିରୀହ ଯୁବତୀଙ୍କର ନିରୀହତାର ସୁଯୋଗ ନେଇ ଏମିତି ଢଙ୍ଗରେ ଦଲାଲ ନିଜ ଜାଲରେ ଫସାଇ ଚାକିରି ଆଶାରେ ଏଭଳି କାର୍ଯ୍ୟରେ ନିୟୋଜିତ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Subhalakshmi Death Mystery: ସିସିଟିଭିରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ, ସନ୍ଦେହ ଘେରରେ ହୋଟେଲ ଓ କର୍ମଚାରୀ

ତେବେ ମୃତ ପାୟଲ ଏହିଭଳି କିଛି ଦଲାଲଙ୍କ ଜାଲରେ ଫସିଯାଇଥିଲେ ବୋଲି ଅନୀଲଙ୍କୁ ପାୟଲ କହିଥିବା ସେ ପ୍ରକାଶ କରିଛନ୍ତି । ପାଠ ପଢୁଥିବା ପାୟଲକୁ ବାର ଗାର୍ଲ ଭାବରେ ନିୟୋଜିତ କରି ଅଙ୍କଲ ଓରଫ ଲିଟୁ ଏପରି କାରବାର କରୁଥିଲେ ବୋଲି ଜେରା ବେଳେ ପାୟଲଠୁ ଶୁଣିଥିବା ଅନୀଲ ପୋଲିସ ସାମ୍ନାରେ କହିଛନ୍ତି । ଯେହେତୁ ଅନୀଲ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଥିଲେ, ସେ ଜଣେ ଶିକ୍ଷିତ ଝିଅ ହୋଇ ଏଭଳି ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ପାୟଲଙ୍କୁ ବାଟ ଦେଖାଇଥିଲେ । ହେଲେ‌ ବାର ଦଲାଲ ଯେତେବେଳେ ଜାଣିବାକୁ ପାଇଲେ ପାୟଲ ବାର୍ ଗାର୍ଲ୍ ଧନ୍ଦା ଛାଡ଼ି ଅନ୍ୟକିଛି ବାଟ ଆପଣାଇବାକୁ ଯାଉଛନ୍ତି, ସେମାନେ ତାଙ୍କୁ ବ୍ଲାକମେଲ କରିଥିଲେ । ଯାହାକୁ ସହିନପାରି ଦିପାଲୀ ବାର ଉପରେ ଥିବା ଦିପାଳୀ ହୋଟେଲ ଇଣ୍ଟରନ୍ୟାସ୍ନାଲରେ ପାୟଲ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଆଗରେ ତଥ୍ୟ ଦେଇଛନ୍ତି ଅନୀଲ । ତେବେ ଅନୀଲଙ୍କ ତଥ୍ୟ ପାଇବା ପରେ ଏବେ ପୋଲିସ ରାଡାର୍‌ରେ ଅଙ୍କଲ ଓରଫ ଲିଟୁ । ପୋଲିସ ଜାଣିବାକୁ ପାଇଛି ଅନେକ ବାରକୁ ଏପରି ବାର ଗାର୍ଲ୍‌ ନିୟୋଜିତ କରିଥାଏ ଏହି ଲିଟୁ । ଲକ୍ଷ୍ମୀସାଗର ପୋଲିସ ଏବେ ପାୟଲଙ୍କ କଲ୍‌ ରେକର୍ଡରୁ ମଧ୍ୟ ଅଙ୍କଲର ସୁରାକ ପାଇଛି । ଖୁବଶୀଘ୍ର ତାଙ୍କୁ ଡାକି ପଚରାଉଚରା କରିବାକୁ ମଧ୍ୟ ଯୋଜନା କରିଛି ପୋଲିସ । ଅଙ୍କଲ କେଉଁମାନଙ୍କୁ ବାର ଗାର୍ଲ ଯୋଗାଉଥିଲା ଏବଂ କେଉଁମାନେ ବାର ଗାର୍ଲଙ୍କ ପାଇଁ ଥିବା ନିୟମର ଉଲଙ୍ଘନ କରୁଥିଲେ, ସେନେଇ ପୋଲିସ ଏବେ ତଦନ୍ତକୁ ଜୋରଦାର କରିଛି ।

ବାର ଗାର୍ଲଙ୍କ ପାଇଁ ନିୟମ: ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବନାହିଁ । ଆଉ ବାର ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ଲାଗୁ କରିବେ ବାର କର୍ତ୍ତୃପକ୍ଷ । ଏଥିସହ ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ । ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇପାରିବେନି ଗ୍ରାହକ । ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍ ମ୍ୟାନେଜରଙ୍କୁ ଦେଇପାରିବେ । ବାରଗାର୍ଲ କୌଣସି ପ୍ରକାରର ଅଶ୍ଳୀଳ ପୋଷାକ ପିନ୍ଧି ପାରିବେ ନାହିଁ ବା ଅଶ୍ଳୀଳ ଡ୍ୟାନ୍ସ କରିବେନାହିଁ । ସେହିପରି ୧୦ ଫୁଟ- ୧୨ ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ ୮ ଜଣ ଡ୍ୟାନ୍ସ କରିପାରିବେ । ଡ୍ୟାନ୍ସ୍‌ ଫ୍ଲୋର ଚାରିପଟେ ୩ ଫୁଟର ବାଡ଼ ରହିବ ଏବଂ ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ ୫ ଫୁଟର ଦୂରତା ରହିବ । ଆଉ ବାର ଡ୍ୟାନ୍ସକୁ ସିସିଟିଭି ରେକର୍ଡ କରିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍ ରହିବ । ସେପଟେ ଡିସିପି କହିଛନ୍ତି, "ହୋଟେଲରେ ସିସିଟିଭି ନଥିଲା । କେବଳ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ସିସିଟିଭି ଲାଗିଥିଲା । ଏସବୁ ନିୟମ ଖିଲାପି ହୋଇଥିବା ହୋଟେଲ ଆସୋସିଏସନକୁ ଜଣାଇ ଦିଆଯିବ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details