ଓଡିଶା

odisha

ETV Bharat / state

ରଥଯାତ୍ରାରେ ରାଜଧାନୀରେ ମାତିଲେ ଚୋର, ମା' ତାରିଣୀଙ୍କ ଅଳଙ୍କାର ଲୁଟ୍

ପବିତ୍ର ରଥଯାତ୍ରାରେ ରାଜଧାନୀ ଭୁବନେଶ୍ବର ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୁନାଦେଇ ମନ୍ଦିରରୁ ମା'ଙ୍କ ମୁକୁଟ ଏବଂ ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ମା' ତାରିଣୀଙ୍କ ଅଳଙ୍କାର ଲୁଟ୍
ମା' ତାରିଣୀଙ୍କ ଅଳଙ୍କାର ଲୁଟ୍

By

Published : Jun 20, 2023, 9:06 PM IST

ମା' ତାରିଣୀଙ୍କ ଅଳଙ୍କାର ଲୁଟ୍

ଭୁବନେଶ୍ବର: ରାଜଧାନୀରେ ରଥଯାତ୍ରାରେ ଚୋରଙ୍କ ଆତଙ୍କ। ମନ୍ଦିର ଭିତରେ ପଶି ଚୋରମାନେ କଳାକନା ବୁଲାଇଛନ୍ତି। ସୁନାଦେଇ ମନ୍ଦିରରୁ ଦୁବୃର୍ତ୍ତମାନେ ଠାକୁରଙ୍କ ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହିଦନଗର ଥାନା ଶବର ସାହି ଛକ ପାଖ ସୁନାଦେଇ ମନ୍ଦିରରେ ଲୁଟପାଟ କରିଛନ୍ତି ଦୁର୍ବୁତ୍ତ। ଖବର ପାଇ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାର ତଦନ୍ତ ଚଳାଇଛି।

ମନ୍ଦିରରେ ଥିବା ତାଲା କଟାଯାଇଥିବା ପଡ଼ିଥିବା ଘଟଣାସ୍ଥଳରେ ଦେଖିବାକୁ ପାଇଥିଲା ପୋଲିସ। ଏନେଇ ସମସ୍ତ ନମୁନା ସଂଗ୍ରହ କରିଛି କମିଶନରେଟ ପୋଲିସ। ଏହାସହ ମନ୍ଦିର କମିଟିଙ୍କ ସହ ମଦ୍ୟ ଆଲୋଚନା କରିଛନ୍ତି ପୋଲିସ କର୍ମଚାରୀ। ସୁଚନା ମୁତାବକ, ଆଜି ସକାଳୁ ମନ୍ଦିର ପୂଜକ ମହେନ୍ଦ୍ର କୁମାର ଦାସ ରଥଯାତ୍ରା ପାଇଁ ସ୍ବତନ୍ତ୍ର ପୂଜା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ହେଲେ ମୁଖ୍ୟ ଗେଟ୍ ଦେଇ ଭିତରକୁ ପଶିବା ପରେ ଦେଖିବାକୁ ପାଇଲେ ମା' ତାରିଣୀଙ୍କ ମନ୍ଦିରର ତାଲା ଭଙ୍ଗା ଯାଇଛି। ସେପଟେ ଭିତରେ ମା'ଙ୍କର ମୁକୁଟ, ହାର ଓ ବିଭିନ୍ନ ଅଳଙ୍କାର ସମେତ ମନ୍ଦିର ଭିତରେ ଥିବା ପିତଳ ଢାଳ ଓ ବିଭିନ୍ନ ଜିନିଷ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ।

ସେହିପରି ମଙ୍ଗଳା ମନ୍ଦିରରେ ମଧ୍ୟ ମା'ଙ୍କର ବିଭିନ୍ନ ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଦେଖିବାକୁ ମିଳିଥିଲେ। ଏନେଇ ମନ୍ଦିର ପୂଜକ ମହେନ୍ଦ୍ର ଦାସ ତୁରନ୍ତ ମନ୍ଦିର କମିଟିକୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ଆଜିର ଦିନରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ପ୍ରଭୁ ଜଗନ୍ନା ବାହାରକୁ ଆସୁଥିବାରୁ 33କୋଟି ଦେବତାଙ୍କ ପାଖକୁ ଯିବାକୁ ମା'ଙ୍କର ସ୍ବତନ୍ତ୍ର ନୀତି କରାଯିବାର ନିୟମ ରହିଛି। ଏହି ସମୟରେ ମା' ଙ୍କୁ ସୁସଜ୍ଜିତ କରିବା ପାଇଁ ପୁରୁଣା ଅଳଙ୍କାର ଏକତ୍ରିତ କରାଯାଇଥିବାବେଳେ ସେ ସମସ୍ତ ଅଳଙ୍କାର ଗାୟବ ହୋଇଯାଇଛି। ଆଜିର ଏହି ପବିତ୍ର ଦିନରେ ଏଭଳି ଚୋରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂଜକ।

ସକାଳୁ ଅନେକ ଭକ୍ତ ଆସି ମା'ଙ୍କର ଏହି ଦୁର୍ଲଭ ବେଶ ଦେଖିଥାନ୍ତି। ହେଲେ ମା'ଙ୍କର ମୁକୁଟ ଅଳଙ୍କାର ଘଣ୍ଟି ସବୁ ଚୋରି ହୋଇଯାଇଥିବାବେଳେ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମଦ୍ୟ ଦୁଃଖ ପ୍ରକାଶ କରିବ ସହ ଚୋରକୁ ଧରିବା ପାଇଁ ଦାବି କରିଛନ୍ତି । ଏନେଇ ପୋଲିସ ସ୍ଥାନୀୟଲୋକଙ୍କୁ ପଚରାଉଚରା କରିବା ସହ କମିଟି ମେମ୍ବରଙ୍କ ଜରିଆରେ ପାଖରେ ଲାଗିଥିବା ଦୋକାନ ଓ ଅନ୍ୟାନ୍ୟ ଘରର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ତେବେ ମନ୍ଦିରରୁ ଚୋରି ଘଟଣା ନୂଆ ନୁହେଁ। ପୁର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଅନେକ ମନ୍ଦିରରେ ଚୋରି ହୋଇଥିବା ନଜିର ରହିଥିବାବେଳେ ପୁଣି ଥରେ ଏଭଳି ଘଟଣା ଘଟିଛି। ଯାହାକୁ ନେଇ ଅନେକ ଭକ୍ତଙ୍କ ଭାବାବେଗ ସହ କୁଠାର ଘାତ ହୋଇଛି । ତେଣୁ ଦୁବୃର୍ତ୍ତଙ୍କୁ କାବୁ କରିବା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details