ଖୋର୍ଦ୍ଧା: କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ପୌରାଞ୍ଚଳରେ ।
କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର କରି ଯୁବକ ଗିରଫ - ଖୋର୍ଦ୍ଧା ଖବର
ଖୋର୍ଦ୍ଧା ପୌରାଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି ।

କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର କରି ଯୁବକ ଗିରଫ
ଖୋର୍ଦ୍ଧା ପୌରାଞ୍ଚଳରୁ ବିଗତ ଦିନରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ସେହି ଅଞ୍ଚଳକୁ ସଟଡାଉନ ଘୋଷଣା କରିଥିଲେ । କିନ୍ତୁ ଆକ୍ରାନ୍ତଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ସେହି ଅଞ୍ଚଳର ଅଂଶୁମାନ ମହାନ୍ତି ନାମକ ଜଣେ ଯୁବକ ମିଥ୍ୟା ତଥ୍ୟ ପୋଷ୍ଟ କରିଥିଲେ । ଏନେଇ ଖୋର୍ଦ୍ଧା ପୌର ଅଧିକାରିଣୀଙ୍କ ଅଭିଯୋଗ କ୍ରମେ ଶନିବାର ଆଦର୍ଶ ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ