ଖୋର୍ଦ୍ଧା: କୋରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଭାରତକୁ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହି ଭୟଙ୍କର ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ୟ୍ୟନ୍ତ ସମସ୍ତେ ତତ୍ପର । ଲକଡାଉନ କାରଣରୁ ସାରା ଦେଶ ବନ୍ଦ ଥିବାବେଳେ ରାସ୍ତା ଠାରୁ ଆରମ୍ଭ କରି ଗାଡି ମୋଟର ଓ ଦୋକାନ ବଜାର ହୋଟେଲ ସବୁ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ମୁନିସପାଲଟି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏସ୍ ଜିକେ ଫାଉଣ୍ଡେସନ ଓ ପିକକ ଅନୁଷ୍ଠାନ ।
ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ସଂଗଠନ - ଲକଡାଉନ
କୋରୋନା ପ୍ରଭାବରେ ସାରା ଦେଶରେ ତାଲା ପଡିଯାଇଥିବା ବେଳେ ଗରିବ ଅସହାୟମାନଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ଏସଜିକେ ଫାଉଣ୍ଡେସନ ଓ ପିକକ ଅନୁଷ୍ଠାନ ।ଏଥିରେ ସ୍ଥାନୀୟ ବାସିନ୍ଦା ଅନୁଷ୍ଠାନକୁ ଧନ୍ୟବାଦ ଜଣାଇ ନିଜର ଖୁସି ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ...

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ସଂଗଠନ
ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ସଂଗଠନ
ଏହି ମୁନିସପାଲଟି ଅଞ୍ଚଳର ଚାଚରା ଶବର ସାହି,ବଧାଶବର ସାହି, ତଳ ଶବର ସାହିର ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ କୋରୋନା ପ୍ରଭାବରେ ସାରା ଦେଶରେ ତାଲା ପଡିଯାଇଥିବା ବେଳେ ଏହି ଗରିବ ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଛି ଏହି ଦୁଇ ଅନୁଷ୍ଠାନ । ଏହି ସବୁ ଗାଁରେ ଉକ୍ତ ସଂଗଠନର କର୍ମକର୍ତ୍ତାମାନେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସବୁ ଗୋସରି ସାମଗ୍ରୀ ଦେଇଥିଲେ । ଏଥିରେ ସ୍ଥାନୀୟ ବାସିନ୍ଦା ଅନୁଷ୍ଠାନକୁ ଧନ୍ୟବାଦ ଜଣାଇ ନିଜର ଖୁସି ପ୍ରକଟ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ