ଓଡିଶା

odisha

ETV Bharat / state

ଆସନ୍ତା 48 ଘଣ୍ଟାରେ 3 ରୁ 5 ଡିଗ୍ରୀ ଖସିବ ତାପମାତ୍ରା - ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳକୁ ଖସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ସୂଚନା । ଅଧିକ ପଢନ୍ତୁ....

ଆସନ୍ତା 48 ଘଣ୍ଟାରେ 3 ରୁ 5 ଡିଗ୍ରୀ ଖସିବ ତାପମାତ୍ରା
ଆସନ୍ତା 48 ଘଣ୍ଟାରେ 3 ରୁ 5 ଡିଗ୍ରୀ ଖସିବ ତାପମାତ୍ରା

By

Published : Nov 3, 2020, 5:56 PM IST

ଭୁବନେଶ୍ବର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳକୁ ଖସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 24 ଘଣ୍ଟା ଅର୍ଥାତ ବୁ୍‌ଧବାର ମଧ୍ୟରେ ପୁରୀ,ଗଜପତି,ଗଂଜାମ,ଜଗତସିଂହପୁର,ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହାର ପ୍ରଭାବରେ ଆସନ୍ତା ୨ ରୁ ୩ ଦିନ ଭିତରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳକୁ ଖସିବ। ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ପାଗ ପ୍ରାୟ ଶୁଖିଲା ରହିବ।

ପ୍ରଥମେ ଉତ୍ତର ପଶ୍ଚିମ ଓଡିଶା ଓ ପରେ ଦକ୍ଷିଣ ଓଡିଶାରେ ତାପମାତ୍ରା ହ୍ରାସ ପାଇବ । ଭୁବନେଶ୍ବର ଓ କଟକ ଟୁଇନ ସିଟିରେ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ଧୀରେ ଧୀରେ ପାରଦ ତଳକୁ ଖସିବ। ଗତ ୨୪ ଘଣ୍ଟା ଭିତରେ କୋରାପୁଟ,ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ରହିଥିବା ବେଳେ ,ଅନୁଗୁଳରେ ତାପମାତ୍ରା ୧୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ଉପରେ ରହିଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details