ଓଡିଶା

odisha

ETV Bharat / state

ତିନୋଟି ପଞ୍ଚାୟତର 3ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ - କଣ୍ଟେନମେଣ୍ଟ ଜୋନ୍

ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ । ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ଲଗାଇବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତରଫରୁ ତିନୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା । ଅଧିକ ପଢନ୍ତୁ...

ତିନୋଟି ପଞ୍ଚାୟତର 3ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଉପଜିଲ୍ଲାପାଳ
ତିନୋଟି ପଞ୍ଚାୟତର 3ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଉପଜିଲ୍ଲାପାଳ

By

Published : Jun 6, 2021, 11:00 PM IST

ଖୋର୍ଦ୍ଧା:ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରିଛନ୍ତି । ତେବେ କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି ।

ତିନୋଟି ପଞ୍ଚାୟତର 3ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ରବିବାର ଖୋର୍ଦ୍ଧା ବେଗୁନିଆ ବ୍ଲକ ସାରୁଅ ପଞ୍ଚାୟତର ସାରୁଅ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ହୀରାପୁର ପଞ୍ଚାୟତର ହୀରାପୁର ଗ୍ରାମରୁ ଚାରିଜଣ ଏବଂ ଦୁର୍ଗାପୁର ପଞ୍ଚାୟତର ବେଙ୍ଗିଟାଙ୍ଗୀ ଗ୍ରାମରୁ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି ।

ଯାହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ତିନୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଯେପରି ବାହାର ଲୋକ ଭିତରକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି କଣ୍ଟେନମେଣ୍ଟ ଜୋନ ଆଜି ସନ୍ଧ୍ୟା ୭ଟା ଠାରୁ ଆସନ୍ତା ୧୫ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ । ସେହିପରି ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details