ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁହେଁ ନିଜ ହକ ପାଇଁ ଦୀର୍ଘ ଦଶ ଦିନ ଧରି ଭୋକ ଉପାସରେ ପଡିରହିଛନ୍ତି ଶ୍ରମିକ । ସାରୁଅରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡ଼ିଓରେ କାର୍ଯ୍ୟରତ ଏହି ଶ୍ରମିକ ମାନଙ୍କୁ ସରକାରଙ୍କ ନୀତି ନିୟମ ଅନୁସାରେ ପ୍ରାପ୍ୟ ମିଳୁନଥିବା ଅଭିଯୋଗରେ ଆଜକୁ ଦଶ ଦିନହେଲା ଷ୍ଟୁଡିଓ ଗେଟ ସମୁଖରେ ଧାରଣାରେ ବସିଛନ୍ତି ।
ସାରୁଅ ଠିକା ଶ୍ରମିକ ଆନ୍ଦୋଳନ ଘଟଣା: 10 ଦିନ ପରେ ବି ବାହାରିପାରୁନି ସମାଧାନ - ଖୋର୍ଦ୍ଧାର ସାରୁଆରେ ଶ୍ରମିକ ଆନ୍ଦଳନ
ଖୋର୍ଦ୍ଧା ସାରୁଅରେ ଥିବା ଏକ ଘରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟକରୁଥିବା ଠିକା ଶ୍ରମିକଙ୍କ ଧାରଣା 10 ଦିନରେ ପହଞ୍ଚିଛି । ବାହାରି ପାରୁନି ସମାଧାନ ।
ସାରୁଆ ଠିକା ଶ୍ରମିକ ଆନ୍ଦୋଳନ ଘଟଣା , 10 ଦିନ ପରେ ବି ବାହାରିପାରୁନି ସମାଧାନ
ପ୍ରଥମ ଦିନ ଜିଲା ପ୍ରଶାସନ ଏବଂ ଯୁଗ୍ମ ଶ୍ରମ ଅଧିକାରୀ ଆସି ଶ୍ରମିକଙ୍କ ସହ ଆଲୋଚନା କରି ଯାଇଥିବା ବେଳେ ଏପର୍ଯ୍ୟନ୍ତ ସଂସ୍ଥାର କୌଣସି ଅଧିକାରୀ ଧାରଣାରତ ଠିକା ଶ୍ରମିକଙ୍କ ସହ ଆଲୋଚନା କରିନାହାନ୍ତି । ଷ୍ଟୁଡ଼ିଓରେ କାର୍ଯ୍ୟରତ 32 ଜଣ ମହିଳା ଓ ପୁରୁଷ ଶ୍ରମିକ ନ୍ୟାୟ ପାଇବା ଆଶାରେ ଷ୍ଟୁଡିଓ ଗେଟ ସମୁଖରେ ତମ୍ବୁ ଟାଣି ବସିଛନ୍ତି । ତେବେ ପ୍ରଶାସନ ଏମାନଙ୍କ ସମସ୍ୟାର କେବେ କରୁଛି ସମାଧାନ ତାହା ଦେଖିବାକୁ ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ