ଖୋର୍ଦ୍ଧା: ରାତିହେଲେ 16ନଂ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା । ଜାତୀୟ ରାଜପଥର ପିତାପଲି , ଗଙ୍ଗାପଡା ଓ ଯାଆଁଳା ନିକଟରେ ଯାତାୟତ କରୁଥିବା ଗାଡି ଚାଳକଙ୍କୁ ଅତର୍କିତ ଆକ୍ରମଣ କରି ଲୁଟ କରୁଥିବା ଦେଖାଦେଇଛି । ସେହିଭଳି ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡିର ଡ୍ରାଇଭରଙ୍କ ହାତ ଓ ମୁଣ୍ଡକୁ ହାଣି ଲୁଟିଛନ୍ତି ଲୁଟେରା ।
16ନଂ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା, ଗୋଟିଏ ଦିନରେ ଦୁଇଟି ପୃଥକ ଘଟଣା
ରାତିହେଲେ 16ନଂ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା । ସେହିଭଳି ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡିର ଡ୍ରାଇଭରଙ୍କ ହାତ ଓ ମୁଣ୍ଡକୁ ହାଣି ଲୁଟିଛନ୍ତି ଲୁଟେରା । ଅଧିକ ପଢନ୍ତୁ...
16ନଂ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା, ଗୋଟିଏ ଦିନରେ ଦୁଇଟି ପୃଥକ ଘଟଣା
ସୂଚନା ଅନୁଯାୟୀ 16ନଂ ଜାତୀୟ ରାଜପଥର ଯାଆଁଳା ଓଭରବ୍ରିଜ ନିକଟରେ ଏକ ଚିଆଁ ବୋଝେଇ ପିକଅପ ଗାଡିର ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଟଙ୍କା ଓ ମୋବାଇଲ ଲୁଟ କରିଛନ୍ତି । ସେହିପରି ଗଙ୍ଗାପଡା ଗେଟ ନିକଟରେ ଅନ୍ୟଏକ ଗାଡିର ଡ୍ରାଇଭରର ହାତ ଏବଂ ମୁଣ୍ଡକୁ ଆକ୍ରମଣ କରି ଲୁଟ କରିଛନ୍ତି । ଘଟଣା ସ୍ଥଳରେ ଯାଆଁଳା ଫାଣ୍ଡି ପୋଲସ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ